LIVE TV

ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ

NEWS7
Maa Samaleswari

ସମ୍ବଲପୁର ୨୧୯: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଆଜି ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି l ବର୍ଷ ତମାମ ସିନ୍ଦୂର ବର୍ଣ୍ଣରେ ଦର୍ଶନ ଦେଉଥିବା ମା’ ସମଲେଶ୍ୱରୀ କେବଳ ମହାଳୟାରେ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି l ଏହାକୁ ଗଙ୍ଗା ଦର୍ଶନ ବେଶ ତଥା ମା’ ସରସ୍ବତୀଙ୍କ ବେଶ ବୋଲି କୁହାଯାଇଥାଏ l ବର୍ଷରେ ଥରେ ମା’ ଧବଳମୁଖୀରେ ଦର୍ଶନ ଦେଉଥିବାରୁ ମନ୍ଦିର ଏବଂ ମନ୍ଦିର ବାହାରେ ମା’ଙ୍କର ଟିକେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଲମ୍ବା ଲାଇନ୍‌ରେ ଥିବା ଦେଖିବାକୁ ମିଳିଛି l ମା’ ଏହି ରୂପରେ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ l ମା’ ସମଲେଶ୍ୱରୀଙ୍କ ପୂଜକ ମାନେ ମଧ୍ୟ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମା’ଙ୍କର ଆଳତୀ ସହ ପୂଜା କରୁଛନ୍ତି l ସେହିପରି ସମଲେଶ୍ୱରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି l ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର, ୪ ଜଣ ଏସଆଇଙ୍କ ସହ  ୪ ସେକ୍ସନ ଫୋର୍ସ ମୁତୟନ ହେଇଛନ୍ତି l