କଟକ : ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି ମା ଖୁଦୁରୁକୁଣୀଙ୍କ ଭାଷାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳେ କଟକ ଜିଲ୍ଲା ଜଗତପୁର ଥାନା ପୀରବଜାର ମେଲଣ ପଡ଼ିଆରେ। ମେଳଣ ପଡ଼ିଆରେ ମା ଖୁଦୁରୁକୁଣୀଙ୍କ ମେଢ଼ ଏକାଠି ହୋଇ ପୂଜାର୍ଚ୍ଚନା ଓ ଭୋଗଲାଗି ପରେ ଅନୁଷ୍ଠିତ ହୋଇଥିଲା ମେଳଣ। ମା ଖୁଦୁରୁକୁଣୀ ଯାତ୍ରା କମିଟି ପୀରବଜାର ପକ୍ଷରୁ ମେଲଣ ପଡ଼ିଆରେ ସାହି କମିଟିର ସଭାପତି ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।

 ମା ଖୁଦୁରୁକୁଣୀ ଯାତ୍ରା କମିଟି ପୀରବଜାର ପକ୍ଷରୁ ଖଲିଫାସାହି, ଭାଗବତସାହି, ବାରିକସାହି, ମଙ୍ଗଳାସାହି, ଖରଦାସାହି, ସାମଲସାହି, ପାଟରସାହି, ଅଣ୍ଡେଇସାହି, କଣିବଟି, ସ୍ଥାନପତି ମେଢ଼ ଗୁଡିକ  ପଡ଼ିଆରେ ଏକତ୍ରିତ ହୋଇ ମେଲଣ ଅନୁଷ୍ଠିତ ହୋଇଥିଲା।  ଏହି ମେଲଣ ରାତିଜାକ ଚାଲିବାପରେ ଧୁମଧାମରେ ମା  ଖୁଦୁରୁକୁଣୀଙ୍କ ବିସର୍ଜନ ସରିଛି।

ମେଲଣ ପଡ଼ିଆରେ ବଡ଼ ମେଳାର ଆୟୋଜନ ହୋଇଥିଲା। ଭଳିକି ଭଳି ଦୋକାନ ସହ  ବାଜା ବାଣ ରୋଷଣୀରେ ମେଲଣ ପଡିଆ କମ୍ପିଉଠିଥାଏ। ମେଲଣ ଦେଖିବାପାଇଁ ଆଖପାଖ ଅଞ୍ଚଳର ଲୋକମାନଙ୍କ  ଭିଡ଼ ଜମିଥିଲା । ଏହି ମେଲଣକୁ ଉଭୟ ଜାତିର ଲୋକମାନେ ଏକାଠି ହୋଇ ଆୟୋଜନ କରନ୍ତି। ମୁସଲମାନ ଭାଇମାନଙ୍କ ପୁର୍ଣ୍ଣ ସହଯୋଗରେ ଆଜକୁ ୧୦୦ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁଷ୍ଠିତ ହୋଇଆସୁଛି। ମେଲଣଟି ଏହି ଅଂଚଳରେ ମୁସଲିମ୍ ଓ ହିନ୍ଦୁଭାଇମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି କରିଥାଏ।  ଭଷାଣୀକୁ ଶୃଙ୍ଖଳିତ କରିବାକୁ ଜଗତପୁର ପୋଲିସ ପକ୍ଷରୁ ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା।