News7 Logo

ପୁରୀ ସମୁଦ୍ରରେ ଅଘଟଣ : ବୁଡ଼ି ଯାଉଥିବା ବେଳେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ

NEWS7
Puri News

ପୁରୀ ୬୯: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୧୩ ହୋଟେଲ କାମେଲିଆ ସମ୍ମୁଖରେ ଘଟିଛି ଏଭଳି ଅଘଟଣ । ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡଙ୍କ ଯୋଗୁଁ ଗଭୀର ସମୁଦ୍ର ଭିତରୁ ପର୍ଯ୍ୟଟକ ଜଣକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳିର ମୋନାଜୀ ମିଶ୍ର । ଲାଇଫ ଗାର୍ଡ ମାନେ ସମ୍ପୃକ୍ତ ପର୍ଯ୍ୟଟକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଶନିବାର ଅପରାହ୍ନରେ ପୁରୀ କାମେଲିଆ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର ୧୩ରେ ପର୍ଯ୍ୟଟକ ଜଣକ ସମୁଦ୍ର ସ୍ନାନର ମଜା ନେଉଥିଲେ । ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡି ପର୍ଯ୍ୟଟକ ଜଣକ ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ଲାଇଫ ଗାର୍ଡ ମାନେ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ।