LIVE TV

ସୁପ୍ରିମକୋର୍ଟରେ ହାଇଡ୍ରାମା, CJI ଗବାଇଙ୍କ ଉପରକୁ ଜୋତା ଫୋପାଡିବାକୁ ଉଦ୍ୟମ କଲେ ଆଇନଜୀବୀ

NEWS7
superemecourt

ନୂଆଦିଲ୍ଲୀ ୦୬/୧୦: ସୋମବାର ସୁପ୍ରିମକୋର୍ଟରେ ହାଇଡ୍ରାମା । ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ (CJI) ବି.ଆର. ଗବାଇଙ୍କୁ ଆକ୍ରମଣ ଉଦ୍ୟମ । ସୁପ୍ରିମକୋର୍ଟରେ ଜଣେ ଆଇନଜୀବୀ କରିଛନ୍ତି ଏପରି ଅମାନବୀୟ କାର୍ଯ୍ୟ । ଅର୍ଥାତ୍ ସିଜେଆଇଙ୍କୁ ଜୋତା ଫୋପାଡିଦେବାକୁ ଉଦ୍ୟମ କରିଥିଲେ ଜଣେ ଆଇନଜୀବୀ । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଆଇନଜୀବୀ ଜଣଙ୍କ ବିତର୍କ ସମୟରେ ମଞ୍ଚ ନିକଟକୁ ଯାଇ ତାଙ୍କ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇ ବାରେ ସକ୍ଷମ ହୋଇଥିଲେ । 

ପରେ ସୁରକ୍ଷା କର୍ମୀମାନେ ଆରୋପୀ ଓକିଲଙ୍କୁ କୋର୍ଟ ବାହାରକୁ ନେଇଯାଇଥିଲେ । ତେବେ ଏହି ସମୟରେ ସେ ଚିତ୍କାର କରିବାକୁ ଲାଗଥିଲେ । କହିଥିଲେ ଆମେ ସନାତନ ଧର୍ମର ଅପମାନକୁ ସହ୍ୟ କରିବୁ ନାହିଁ। ସିଜେଆଇ ଗବାଇ ସମଗ୍ର ଘଟଣାରେ ନିଜର ଶାନ୍ତ ବଜାୟ ରଖି କହିଥିଲେ । ଆମେ ଏଥିରେ ବିଚଳିତ ହେଉନାହୁଁ; ଆପଣ ଆପଣଙ୍କର ଯୁକ୍ତି ଜାରି ରଖିବା ଉଚିତ। 

ସୂଚନା ଥାଉକି, ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ଏକ କ୍ଷତିଗ୍ରସ୍ତ ମୂର୍ତ୍ତି ସହିତ ଜଡିତ ଏକ ପୁରୁଣା ମାମଲାରେ ସିଜେଆଇଙ୍କ ମନ୍ତବ୍ୟ ସହିତ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।  ଯାହାକୁ ଅନେକ ହିନ୍ଦୁ ସଂଗଠନ ବିରୋଧ କରିଥିଲେ । ତଥାପି, ସୁରକ୍ଷା କର୍ମୀ ଏପରି କୌଣସି ଘଟଣାକୁ ଅସ୍ୱୀକାର କରି କହିଛନ୍ତି ଯେ, ଜଣେ ବ୍ୟକ୍ତି କୋର୍ଟରେ ଖୁବ୍ ଜୋରରେ ପାଟି  କରୁଥିଲେ। ତାଙ୍କୁ କାବୁ କରିନେଇଛନ୍ତି ।  

ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ଭଙ୍ଗାଯାଇଥିବା ମୂର୍ତ୍ତିକୁ ପୁନରୁଦ୍ଧାର କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଆବେଦନ ସମ୍ପର୍କରେ, ମୁଖ୍ୟ ବିଚାରପତି ବି.ଆର. ଗଭାଇ କହିଥିଲେ "ଯାଅ ଏବଂ ଦେବତାଙ୍କୁ କିଛି କରିବାକୁ କୁହ । ତୁମେ ଭଗବାନ ବିଷ୍ଣୁଙ୍କ ଜଣେ ଦୃଢ଼ ଭକ୍ତ ବୋଲି ଦାବି କରୁଛ। ଯାଅ ଓ ଏବେ ପ୍ରାର୍ଥନା କର। ଏହା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥଳ, ଓ ଏଏସଆଇକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ । ତେବେ ତାଙ୍କର ବକ୍ତବ୍ୟ ସୋସିଆଲ ମିଡିଆରେ ପ୍ରତିବାଦ ସୃଷ୍ଟି କରିଥିଲା, ଅନେକ ତାଙ୍କ ଇସ୍ତଫା ଦାବି କରିଥିଲେ। 

ବିବାଦ ବୃଦ୍ଧି ପାଇବା ପରେ, ମୁଖ୍ୟ ବିଚାରପତି କହିଥିଲେ ଯେ ତାଙ୍କ ମନ୍ତବ୍ୟକୁ ସୋସିଆଲ ମିଡିଆରେ ଭୁଲ ଭାବରେ ଉପସ୍ଥାପନ କରାଯାଉଛି। ଗବାଇ କହିଥିଲେ, "କେହି ଜଣେ ମୋତେ କହିଥିଲେ ଯେ ମୋର ମନ୍ତବ୍ୟ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଉପାୟରେ ଉପସ୍ଥାପନ କରାଯାଉଛି... ମୁଁ ସବୁ ଧର୍ମକୁ ସମ୍ମାନ କରେ।"