LIVE TV

ସୁଧୁରୁଛି କଟକ ସ୍ଥିତି, ଫେରୁଛି ଶାନ୍ତି: ଆଇନମନ୍ତ୍ରୀ କହିଲେ ଦୋଷୀ ପାଇବେ କଠୋର ଦଣ୍ଡ

NEWS7
law minister

ଭୁବନେଶ୍ୱର ୦୬/୧୦: ଅଶାନ୍ତ ସହରରେ ଶାନ୍ତି ଫେରିବ କେବେ? ଅନେକଙ୍କ ମନରେ ଏବେ ଏଇ ପ୍ରଶ୍ନ । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି କଟକର ସ୍ଥିତି ଧିରେ ଧିରେ ସୁଧୁରୁଛି । ଯେଉଁମାନେ ଏ କାଣ୍ଡ ଘଟାଇଛନ୍ତି କଠୋର ଦଣ୍ଡ ମିଳିବ ।

 

କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଅନୁରୋଧ । କାରଣ ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି କଟକ ପରିସ୍ଥିତି । ପୋଲିସ ଯଥାଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ସରକାରଙ୍କ ତରଫରୁ ମଧ୍ୟ ଅନୁରୋଧ କରାଯାଉଛି, ଏଭଳି କିଛି ଘଟଣା ନଘଟୁ ଯାହା ଓଡିଶା କିମ୍ୱା କଟକର ସମ୍ମାନରେ ଆଞ୍ଚ ନ ଆସୁ ।

ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ସରକାର ସଜାଗ ଅଛନ୍ତି । ଦୋଷୀଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ । ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ ଭାବରେ ନେବେ ବୋଲି ଆଶା ବୋଲି ସେ କହିଛନ୍ତି ।