LIVE TV

କୁଷ୍ମାଣ୍ଡା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ

NEWS7
Maa Sureswari

ସୋନପୁର ୨୫।୯: ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀ କୁଷ୍ମାଣ୍ଡା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା ସୁରେଶ୍ୱରୀଙ୍କ ପୀଠରେ ବଡି ଭୋରରୁ ଦ୍ଵାର ଫିଟା ପରେ ମା ଙ୍କ ନୀତି କାନ୍ତି ସମାପନ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ଦ୍ଵାର ଖୋଲା ଯାଇ ଥିଲା । ପରେ ଏହି କୁଷ୍ମାଣ୍ଡା ବେଶରେ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ଫଳରେ ଏହି ପୀଠକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୂଅ ଛୁଟୁଛି । ଏହି ବେଶରେ ମାଙ୍କୁ ଦର୍ଶନ କରି ଭକ୍ତ ମଧ୍ୟ ଖୁସି ଅନୁଭବ କରୁଛନ୍ତି ।