LIVE TV

କୁମାର ସାନୁଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, କହିଲେ-ନିର୍ଯାତନାର ଶିକାର ହୋଇଥିଲି

NEWS7
kumar sanu

ନୂଆଦିଲ୍ଲୀ ୨୩।୦୯; ବଲିଉଡର ମେଲୋଡି କିଙ୍ଗ କୁମାର ସାନୁ । ତାଙ୍କର ବୃତ୍ତିଗତ ଜୀବନ ସମସ୍ତେ ଜାଣନ୍ତି, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ଏବେ ଚର୍ଚ୍ଚାରେ ଅଛି। ଏକ ସାକ୍ଷାତକାରରେ, ଗାୟକଙ୍କ ପୂର୍ବତନ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କର ତୃତୀୟ ସନ୍ତାନ ଜାନ କୁମାର ଗର୍ଭରେ ଥିବା ବେଳେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା।  ଏକ ଭାବପ୍ରବଣ ସାକ୍ଷାତ୍‌କାରରେ, ରୀତା ପ୍ରସିଦ୍ଧ ଗାୟକଙ୍କୁ ବିବାହ କରି ପାଇଥିବା ଦୁଃଖଦ ଅନୁଭୂତି ବିଷୟରେ ବଖାଣିଥିଲେ।

ରୀତା କହିଛନ୍ତି ଯେ ଆଶିକି ପରେ କୁମାର ସାନୁଙ୍କ ନେମ୍‌ ଫେମ୍‌ ବଢ଼ିବା ପରେ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିବାକୁ ଲାଗିଲା। ତା’ ପୂର୍ବରୁ କେବେ ବି ସେ ସେହିପରି ନ ଥିଲେ। ସେ ଆହୁରି କହିଛନ୍ତି ଯେ ଗର୍ଭଧାରଣ ସମୟରେ ସେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ଗଣମାଧ୍ୟମରେ ବାରମ୍ବାର ତାଙ୍କ ପ୍ରେମ ଜୀବନ ବିଷୟରେ ଆଲୋଚନା ହୋଇଛି। ସେତେବେଳେ ସେ ସାନୁଙ୍କୁ କିଛି କହିବାକୁ ଓ ଏହାକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସର୍ବସାଧାରଣରେ ଆଲୋଚନା ନକାରାତ୍ମକ ହେଉ କି ସକାରାତ୍ମକ ତାହା ସାନୁଙ୍କୁ ଭଲ ଲାଗୁଥିଲା। ରୀତା ଦାବି କରିଛନ୍ତି ଯେ, ଫେମ୍‌ ବଢ଼ିବା ପରେ କୁମାର ସାନୁ ଅଧିକରୁ ଅଧିକ ତାଙ୍କ ଠାରୁ ଦୂରେଇବାକୁ ଲାଗିଲେ। ତାଙ୍କୁ ପାର୍ଲର ଯିବା କିମ୍ବା ଘର ବାହାରକୁ ଯିବାକୁ ବାରଣ କରିଥିଲେ। ତାଙ୍କ ତୃତୀୟ ସନ୍ତାନ ଜାନ ଗର୍ଭରେ ଥିବ‌ାବେଳେ ତାଙ୍କ ପରିବାର ତାଙ୍କୁ ଖାଦ୍ୟ ଖାଇବାକୁ ଦେଉନଥିଲେ । ରୋଷେଇ ଘରେ ତାଲା ପକାଇ ଦେଉଥିଲେ। ସେ ଭାତ ଖାଇବା ପାଇଁ ତାଙ୍କ ଭାଉଜଙ୍କ ଘରକୁ ଯିବାକୁ ବାଧ୍ୟ ହେଉଥିଲେ। ସେମାନେ ତାଙ୍କ ପିଲାମାନଙ୍କ ପାଇଁ କ୍ଷୀର ବି ବନ୍ଦ କରିଦେଲେ ।

ଏହିପରି ଲୋକଙ୍କୁ ମଣିଷ କହିବା ଭୁଲ ହେବ ବୋଲି ରୀତା କହିଛନ୍ତି। କୁମାର ସାନୁ ଏହି ସମୟରେ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ବି ସୀମିତ କରିଥିଲେ, ତାଙ୍କୁ ଦିନକୁ ମାତ୍ର ୧୦୦ ଟଙ୍କା ଦେଉଥିଲେ । ଏହି ସମୟରେ କୁମାର ସାନୁ ଆଉ ଗୋଟିଏ ଝିଅ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ, ଯାହା ତାଙ୍କ ଉପରେ ମାନସିକ ଚାପକୁ ଆହୁରି ଖରାପ କରିଦେଇଥିଲା। ଏସବୁ ସତ୍ତ୍ୱେ, କୁମାର ସାନୁ ଏକ ବର୍ଷ ପରେ ଏକ ବିଳାସପୂର୍ଣ୍ଣ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ରୀତା ତାଙ୍କ ସଫଳତାର କାରଣ ବୋଲି ଦାବି କରିଥିଲେ। କୁମାର ସାନୁ ଓ ରୀତା ଭଟ୍ଟାଚାର୍ଯ୍ୟ ୧୯୮୦ ଦଶକର ଶେଷ ଭାଗରେ ବିବାହ କରିଥିଲେ ଏବଂ ୧୯୯୪ରେ ଛାଡପତ୍ର ହୋଇଥିଲା। ବିବାହ ସମୟରେ କୁମାର ସାନୁ ଅଭିନେତ୍ରୀ କୁନିକା ସଦାନନ୍ଦଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ରଖିଥିବା ଜଣାପଡ଼ିଛି।