LIVE TV

ମିଥୁନ ରାଶି ବ୍ୟକ୍ତିଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ, ଧାର୍ମିକ କାର୍ଯ୍ୟରେ ମନ ଲାଗିବ

NEWS7
Know your Horoscope for Sunday 5th October 2025.

ମେଷ- ଆଶା ଏବଂ ସମ୍ଭାବନାର ଦିନଟିଏ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ମିତ୍ରମାନଙ୍କ ସହ ଭେଟ ହେବାର ଯୋଗ ରହିଛି। ଅର୍ଥନୈତିକ ସ୍ଥିତିରେ ସୁଧାର ଆସିପାରେ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଯତ୍ନବାନ ହେବା ଆବଶ୍ୟକ।

ବୃଷ- କର୍ମ କ୍ଷେତ୍ରରେ ଉତ୍ତମ ଫଳ ପ୍ରାପ୍ତିର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖମୟ ହେବଉଚ୍ଚାଧିକାରୀଙ୍କ ସହଯୋଗ ମିଳିବାରୁ କାର୍ଯ୍ୟ ସହଜ ହେବ। ଭାବିଚିନ୍ତି ନିବେଶ କଲେ ଭଲ ଲାଭ ପାଇବେ । ଦିନଟି ଶୁଭ ଏବଂ ମଙ୍ଗଳମୟ ରହିବ।

ମିଥୁନ- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ଦୂର ଯାତ୍ରା କରିବାର ସୁଯୋଗ ଆସିପାରେ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପଡିବ ।

କର୍କଟ- ଦିନଟି ସାମାନ୍ୟ ଚିନ୍ତାଜନକ ରହିବାର ସମ୍ଭାବନା ଅଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇପାରେ। ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଜରୁରୀ। ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଈଶ୍ୱରଙ୍କ ଆରାଧନା ଦ୍ୱାରା ଶାନ୍ତି ମିଳିବ।

ସିଂହ- ବ୍ୟବସାୟରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ଅଛି। ବୈବାହିକ ଜୀବନରେ ମଧୁରତା ବୃଦ୍ଧି ପାଇବ। ସାଥୀଙ୍କ ସହଯୋଗରେ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

କନ୍ୟା- ଶତ୍ରୁମାନେ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି। କାମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ। ଆଇନଗତ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଋଣ ଦେବା ଓ ନେବାରୁ ଦୂରେଇ ରୁହନ୍ତୁ। ନିଜର ଦୈନନ୍ଦିନ ରୁଟିନକୁ ସଜାଡ଼ନ୍ତୁ ।

ତୁଳା- ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ପ୍ରେମ ଜୀବନରେ ଆନନ୍ଦ ଓ ସୁଖ ଅନୁଭବ କରିବେ। ପିଲାମାନଙ୍କ ସଫଳତା ଦେଖି ମନ ଖୁସି ହେବ। ଦିନଟି ସୃଜନଶୀଳ କାର୍ଯ୍ୟ ପାଇଁ ଅତ୍ୟନ୍ତ ଶୁଭ। ଆର୍ଥିକ ଲାଭ ହେବାର ସୁଯୋଗ ଅଛି ।

ବିଛା- ଭୂସମ୍ପତ୍ତି କାର୍ଯ୍ୟରେ ଲାଭ ମିଳିବାର ସମ୍ଭାବନା ରହିଛି। ପରିବାରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରହିବ। ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ମନକୁ ଶାନ୍ତ ରଖି କାର୍ଯ୍ୟ କରିବା ଉଚିତ୍। ଘରୋଇ ଜୀବନରେ ସନ୍ତୋଷ ଲାଭ କରିବେ।

ଧନୁ- କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ପାଇ ଖୁସି ହେବେ। ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ। ଭାଇ ଭଉଣୀଙ୍କ ସହ ସମ୍ପର୍କ ମଜଭୁତ ହେବ। କ୍ଷୁଦ୍ର ଯାତ୍ରା କରିବାର ସୁଯୋଗ ମିଳିବ। ମିଠା କଥା କହିଲେ ସମସ୍ତ କାର୍ଯ୍ୟରେ ସଫଳ ହେବେ ।

ମକର- ଆର୍ଥିକ ଦିଗରୁ ଦିନଟି ବହୁତ ଶୁଭ ରହିବ। ଧନ ସଞ୍ଚୟ କରିବାରେ ସଫଳ ହେବେ। ପାରିବାରିକ ସମସ୍ୟାର ସମାଧାନ ହେବ। ଆଖି ସମ୍ବନ୍ଧୀୟ ସମସ୍ୟା ପ୍ରତି ସଚେତନ ରୁହନ୍ତୁ। ଭଲ ଖାଦ୍ୟ ଖାଇବାର ସୁଯୋଗ ମିଳିବ।

କୁମ୍ଭ- ଚନ୍ଦ୍ର ରାଶିରେ ଥିବାରୁ ମନ ପ୍ରଫୁଲ୍ଲ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସଫଳତା ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇପାରେ। ଶୁଭ କାର୍ଯ୍ୟ ପାଇଁ ଦିନଟି ଅନୁକୂଳ ଅଟେ। ନୂଆ ଯୋଜନା ଆରମ୍ଭ କଲେ ଭଲ ଫଳ ମିଳିବ ।

ମୀନ- ଅନାବଶ୍ୟକ ଖର୍ଚ୍ଚ ଉପରେ ଧ୍ୟାନ ଦେବା ଆବଶ୍ୟକ। ବିଦେଶୀ ସୂତ୍ରରୁ ଲାଭ ମିଳିବାର ଯୋଗ ରହିଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଗୁପ୍ତ ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଆଧ୍ୟାତ୍ମିକତା ଆଡକୁ ମନ ବଳିବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682