LIVE TV

ମକର ରାଶି ବ୍ୟକ୍ତିଙ୍କୁ ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ, କର୍ମକ୍ଷେତ୍ରରେ ଉତ୍ତମ ଫଳାଫଳ ପାଇବେ

NEWS7
Know your Horoscope for Monday 27th October 2025.

​​​​​​​ମେଷ- ନୂତନ ଖବର ପ୍ରାପ୍ତି ହେବାରୁ ମନ ଖୁସି ରହିବ। ଜୀବନରେ ଏକ ସୁଖଦ ପରିବର୍ତ୍ତନର ସୂଚନା ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଅର୍ଥଲାଭର ଯୋଗ ରହିଛି। ପରିବାରରେ ଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ- ଶରୀର ପୀଡ଼ା ଅନୁଭବ ହୋଇପାରେ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ। ବ୍ୟବସାୟରେ କିଛିଟା ମନ୍ଥରତା ଦେଖାଦେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ। ଶତ୍ରୁମାନେ ସକ୍ରିୟ ରହିବେ। ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।

ମିଥୁନ- ଦିନଟି ଶୁଭ ରହିବ। ମନ ଆନନ୍ଦିତ ରହିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତି ମଜବୁତ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭ୍ରମଣ ଯୋଗ ରହିଛି।

କର୍କଟ- କୌଣସି ମୂଲ୍ୟବାନ ବସ୍ତୁ କିମ୍ବା ଧନ ପ୍ରାପ୍ତିର ସମ୍ଭାବନା ଅଛି। ପରିବାରରେ ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ। ନୂତନ ନିବେଶ ପାଇଁ ଦିନଟି ଶୁଭ ଅଟେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭ ସମୟରେ କାର୍ଯ୍ୟ ଆରମ୍ଭ କରନ୍ତୁ।

ସିଂହ- ଛାତ୍ରଛାତ୍ରୀଙ୍କର ପାଠରେ ମନଯୋଗ ବଢ଼ିବ। ଏହା ସହ କୌଣସି ନୂତନ ଶିକ୍ଷା ଆରମ୍ଭ କରିବାର ସୁଯୋଗ ମିଳିବ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସଫଳ ହେବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ ଅଟେ। ଶତ୍ରୁମାନେ ପରାସ୍ତ ହେବେ। ସାମାଜିକ ସେବାରେ ନିଜକୁ ନିୟୋଜିତ କରିବେ।

କନ୍ୟା- ବ୍ୟବସାୟ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଅନ୍ୟକୁ ବିଶ୍ୱାସ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆର୍ଥିକ ନିବେଶରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ଶାନ୍ତି ରହିବ। ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ। କୌଣସି ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ।

ତୁଳା- ଧନ ଓ ନୂତନ ଦ୍ରବ୍ୟ ପ୍ରାପ୍ତି କରିବେ। ଏହା ଆପଣଙ୍କ ଜୀବନରେ ଆର୍ଥିକ ସମୃଦ୍ଧି ଆଣିବ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢ଼ିବ। ପ୍ରେମ ସମ୍ପର୍କରେ ମଧୁରତା ବଜାୟ ରହିବ। ପିଲାମାନଙ୍କ ଭବିଷ୍ୟତ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ରହିବ। ଅଟକି ରହିଥିବା କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ ହେବ।

ବିଛା- ଗାଡ଼ି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ମନରେ ଅଯଥା ଚିନ୍ତା ବଢ଼ିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ମିଳିବ। ଅର୍ଥ କାରବାରରେ ସାବଧାନ ରୁହନ୍ତୁ।

ଧନୁ- ଶ୍ରୀ ଚନ୍ଦ୍ର ଥିବାରୁ ଦିନଟି ଶୁଭ ଅଟେ। ଉତ୍ତମ ଖାଦ୍ୟ ଭୋଜନ କରିବାର ସୁଯୋଗ ପାଇବେ। ପରିବାରରେ ଆନନ୍ଦର ବାତାବରଣ ରହିବ। ସମାଜରେ ସମ୍ମାନ ମିଳିବ। ଚାକିରିରେ ପରିବର୍ତ୍ତନର ସୂଚନା ମିଳିପାରେ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ସ୍ୱାସ୍ଥ୍ୟ ଭଲ ରହିବ।

ମକର- ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କଲେ ଆର୍ଥିକ ସମସ୍ୟାରୁ ଦୂରେଇ ରହିବେ। ବ୍ୟବସାୟରେ ନୂଆ ପଦକ୍ଷେପ ନେବା ପାଇଁ ଦିନଟି ଶୁଭ। କର୍ମକ୍ଷେତ୍ରରେ ଉତ୍ତମ ଫଳାଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଶତ୍ରୁମାନେ ନିଜେ ନିଜେ ପରାସ୍ତ ହେବେ।

କୁମ୍ଭ- ଘାତ ଚନ୍ଦ୍ର ସତ୍ତ୍ୱେ ଆପଣ ଶାନ୍ତ ଓ ସ୍ଥିର ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସଫଳ ହେବେ। ଅଫିସ୍ କାର୍ଯ୍ୟରେ କିଛିଟା ଚାପ ରହିପାରେ। ପରିବାରର ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି।

ମୀନ- କୌଣସି ପୁରୁଣା ବନ୍ଧୁଙ୍କ ସାହାଯ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆର୍ଥିକ ଦିଗରୁ ଦିନଟି ଉତ୍ତମ। ଚାକିରି କ୍ଷେତ୍ରରେ ସୁଯୋଗ ମିଳିବ। ବିଦ୍ୟାର୍ଥୀମାନେ ଶିକ୍ଷାରେ ଭଲ ପ୍ରଦର୍ଶନ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682