LIVE TV

ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ, କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି

NEWS7
Know your Horoscope for Monday 13th October 2025.

ମେଷ- ଦିନଟି ଶୁଭଙ୍କର ଏବଂ ସଫଳତାପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି । ସାହସ ଓ ପରାକ୍ରମ ବୃଦ୍ଧି ହେତୁ ସମସ୍ତ କାର୍ଯ୍ୟରେ ବିଜୟ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଅଚାନକ ଧନଲାଭର ଯୋଗ ମଧ୍ୟ ରହିଛି । ଯାତ୍ରା କରିବାର ସୁଯୋଗ ମିଳିପାରେ, ଯାହାକି ଲାଭଦାୟକ ହେବ।

ବୃଷ- ଧନ ଏବଂ ପାରିବାରିକ କ୍ଷେତ୍ରରେ ଉତ୍ତମ ଫଳ ମିଳିବାର ପ୍ରବଳ ସମ୍ଭାବନା ଅଛି। କଥାବାର୍ତ୍ତା ଶୈଳୀରେ ଲୋକେ ପ୍ରଭାବିତ ହେବେ ଏବଂ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ବିଭିନ୍ନ ଉତ୍ସରୁ ଆୟ ବୃଦ୍ଧି ହେବ ଏବଂ ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହେବେ। ନୂତନ ନିବେଶ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ପାରିବାରିକ ସମ୍ପର୍କରେ ମଧୁରତା ଆସିବ ଓ ମନ ପ୍ରଫୁଲ୍ଲିତ ରହିବ।

ମିଥୁନ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ ଏବଂ ଶକ୍ତିଶାଳୀ ଅନୁଭବ କରିବେ। ନିଜର ବ୍ୟକ୍ତିତ୍ୱ ଏବଂ ପ୍ରଭାବ ଦ୍ୱାରା ସମସ୍ତ କାର୍ଯ୍ୟକୁ ସଫଳ କରିବେ। ଦିନ ଆପଣଙ୍କ ପାଇଁ ରାଜଯୋଗ ଭଳି ଶୁଭ ରହିଛି। କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ଓ ସମ୍ମାନ ମିଳିବାର ଯୋଗ ଅଛି। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ।

କର୍କଟ- ବ୍ୟୟ ବୃଦ୍ଧି ହେତୁ ଆର୍ଥିକ ଯୋଜନାରେ ସାମାନ୍ୟ ଚିନ୍ତା ରହିପାରେ। ବିଦେଶୀ କାର୍ଯ୍ୟରେ ଲାଭ ହେବ, ମାତ୍ର ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ। ଆଧ୍ୟାତ୍ମିକ କାର୍ଯ୍ୟ ଏବଂ ଗୁପ୍ତ ଜ୍ଞାନ ଆଡ଼କୁ ଆଗ୍ରହ ବଢ଼ିବ। ନିଜର ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବାର ସମ୍ଭାବନା ରହିଛି। ଅଯଥା ଧାଁଦୌଡ଼ ଯୋଗୁ ଶାରୀରିକ କ୍ଲାନ୍ତି ଅନୁଭବ କରିପାରନ୍ତି।

ସିଂହ- ସମସ୍ତ କ୍ଷେତ୍ରରୁ ଆୟ ବୃଦ୍ଧି ହେବ ଏବଂ ଉତ୍ତମ ଧନ ଲାଭର ଯୋଗ ରହିଛି। ସରକାରୀ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ସକ୍ରିୟ ଯୋଗଦାନ ରହିବ। ଆପଣଙ୍କର ସମସ୍ତ ଇଚ୍ଛା ଓ ଆଶା ପୂରଣ ହେବାର ପ୍ରବଳ ସମ୍ଭାବନା ଅଛି। ନୂତନ କାର୍ଯ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ।

କନ୍ୟା- ଘାତ ଚନ୍ଦ୍ର କାରଣରୁ ମନରେ ଅସ୍ଥିରତା ଓ ସାମାନ୍ୟ କଷ୍ଟ ଅନୁଭୂତ ହୋଇପାରେ। କର୍ମକ୍ଷେତ୍ରରେ ଚାପ ବଢ଼ିପାରେ, ତେଣୁ ସତର୍କତାର ସହ କାର୍ଯ୍ୟ କରିବା ଉଚିତ। ପିତାଙ୍କ ସ୍ୱାସ୍ଥ୍ୟ ଏବଂ ନିଜ କ୍ୟାରିୟର ସମ୍ବନ୍ଧରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ମାନସିକ ଦ୍ୱନ୍ଦ୍ୱ ଏଡ଼ାଇବା ପାଇଁ ଧ୍ୟାନ ଓ ଯୋଗ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବିଚାର କରିବା ଉଚିତ।

ତୁଳା- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବାରୁ ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ଏବଂ ତୀର୍ଥ ଯାତ୍ରା ଯୋଗ ମଧ୍ୟ ରହିଛି। ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଏବଂ ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନରେ ବୃଦ୍ଧି ଦେଖାଯିବ।

ବିଛା- ଅଷ୍ଟମ ଚନ୍ଦ୍ର କାରଣରୁ ଦିନଟି ଅତ୍ୟନ୍ତ ସାବଧାନତା ସହ କାଟିବାକୁ ପଡ଼ିବ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ମାନସିକ ଚିନ୍ତା ରହିବାର ସମ୍ଭାବନା ଅଛି। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ ଏବଂ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ ହଠାତ୍ କ୍ଷତିର ସମ୍ଭାବନା ଅଛି। ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ- ସମସ୍ତ ପ୍ରକାର ପାର୍ଟନରସିପ୍ କାର୍ଯ୍ୟରେ ଆଶାଠାରୁ ଅଧିକ ଲାଭ ମିଳିବ । ବ୍ୟାପାର କ୍ଷେତ୍ରରେ ବୃଦ୍ଧି ହେବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦାମ୍ପତ୍ୟ ଜୀବନ ଖୁସି ଓ ସୁଖମୟ ହେବାର ସମ୍ଭାବନା ଅଛି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବାର ଯୋଗ ରହିଛି, ଯାହାକି ଶୁଭ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ।

ମକର- ଶତ୍ରୁମାନେ ପରାଜିତ ହେବେ ଏବଂ କୋର୍ଟ-କଚେରୀ ମାମଲାରେ ବିଜୟୀ ହେବେ। କଠିନ ପରିଶ୍ରମର ଉଚିତ୍ ଫଳ ପ୍ରାପ୍ତ ହେବାର ଯୋଗ ରହିଛି। ପୁରୁଣା ରୋଗରୁ ମୁକ୍ତି ମିଳିବ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଋଣ ପରିଶୋଧ କରିବାରେ ସଫଳ ହେବେ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି କ୍ଷେତ୍ରରେ ଉତ୍ତମ ସୁଯୋଗ ମିଳିବ।

କୁମ୍ଭ- ପଞ୍ଚମ ଚନ୍ଦ୍ର କାରଣରୁ ପ୍ରେମ ସମ୍ପର୍କରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ। ବିଦ୍ୟା ଧ୍ୟୟନରେ ମନୋଯୋଗର ଅଭାବ ଏବଂ ଅଯଥା ଦ୍ୱନ୍ଦ୍ୱ ରହିପାରେ। ପେଟ ସମ୍ବନ୍ଧୀୟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ। ନୂତନ ନିବେଶ କ୍ଷେତ୍ରରେ ହଠାତ୍ କ୍ଷତି ହେବାର ସମ୍ଭାବନା ଥିବାରୁ ବିଚାର କରି କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟ କିମ୍ବା କାର୍ଯ୍ୟକୁ ନେଇ ଚିନ୍ତା ରହିପାରେ।

ମୀନ- ଜମି, ବାସଗୃହ ଏବଂ ଯାନବାହନ କ୍ରୟ ପାଇଁ ଦିନଟି ଶୁଭ ଅଛି। ମାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ତାଙ୍କର ପୂର୍ଣ୍ଣ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କୁ ଅଧିକ ସମ୍ମାନ ଏବଂ ପ୍ରଶଂସା ମିଳିବ। ପାରିବାରିକ ସୁଖ ଏବଂ ଶାନ୍ତି ବୃଦ୍ଧି ହେବ। ଆପଣଙ୍କର ବୃତ୍ତିଗତ ଜୀବନରେ ଉନ୍ନତି ଏବଂ ସୁଯୋଗ ସୃଷ୍ଟି ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682