LIVE TV

ଧନୁ ରାଶି ବ୍ୟକ୍ତିଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ, ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

NEWS7
Know your Horoscope for Friday 17th October 2025.

ମେଷ- ମାନସିକ ଶାନ୍ତି ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଶୁଭ ଫଳ ମିଳିବାର ଯୋଗ ରହିଛି। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଓ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଉତ୍ତମ। ଅନାବଶ୍ୟକ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ।

ବୃଷ- ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ମାନସିକ ଦୃଢ଼ତା ସହିତ ନିଷ୍ପତ୍ତି ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପିତା- ମାତାଙ୍କ ସହ କୌଣସି ମତଭେଦରୁ ଦୂରେଇ ରୁହନ୍ତୁ। ବିବାହିତ ଜୀବନରେ ପ୍ରେମର ମାଧୁର୍ଯ୍ୟ ଅନୁଭବ କରିବେ।

ମିଥୁନ- ବିଚାରପୂର୍ବକ କଥାବାର୍ତ୍ତା କରିବା ଉଚିତ୍। ନିଜର ବାଣୀ ଉପରେ ନିୟନ୍ତ୍ରଣ ନ ରଖିଲେ ସୁଯୋଗ ହରାଇପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆତ୍ମ-ନିୟନ୍ତ୍ରଣ ଦ୍ୱାରା ଅନୁକୂଳ ଫଳାଫଳ ପାଇବେ।

କର୍କଟ- ଆର୍ଥିକ ଲାଭର ଯୋଗ ରହିଛି ଏବଂ ସ୍ଥିତିରେ ସୁଧାର ଆସିବ। ପରିବାରରେ ଖୁସିର ବାତାବରଣ ବଜାୟ ରହିବ ଓ ସମ୍ପର୍କ ମଧୁର ହେବ। କର୍ମ କ୍ଷେତ୍ରରେ ପ୍ରଗତି ଏବଂ ସମ୍ମାନ ମିଳିବାର ସମ୍ଭାବନା ଅଛି। ଭାବନା ଉପରେ ନିୟନ୍ତ୍ରଣ ରଖି ସଠିକ୍ ନିଷ୍ପତ୍ତି ନିଅନ୍ତୁ। ଅଟକି ଥିବା କାମରେ ସଫଳତା ମିଳିବ।

ସିଂହ- ଏହି ଦିନଟି ଆପଣଙ୍କ ପାଇଁ ସଫଳତା ଏବଂ ଇଚ୍ଛା ପୂରଣର ଦିନ ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପ୍ରାପ୍ତି ହେବାର ସମ୍ଭାବନା ଅଛି। ଏହି ସୁଯୋଗଗୁଡ଼ିକ ଭବିଷ୍ୟତ ପାଇଁ ଅନୁକୂଳ ରହିବ। ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ ଓ ଆର୍ଥିକ ସ୍ଥିତି ମଜଭୁତ ହେବ। ଉତ୍ତମ ଫଳ ପାଇଁ କ୍ରୋଧ ତ୍ୟାଗ କରିବାକୁ ପଡ଼ିବ।

କନ୍ୟା- ଆର୍ଥିକ ସ୍ଥିତିରେ ସୁଧାର ଆସିବ। କୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିପାରେ। କାର୍ଯ୍ୟରେ ସକାରାତ୍ମକ ପ୍ରଗତି ପାଇଁ ସଠିକ୍ ନିଷ୍ପତ୍ତି ନେବା ଜରୁରୀ। ଅନାବଶ୍ୟକ ଚାପରୁ ଆସୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। ପରିଶ୍ରମ ଅନୁସାରେ ଉତ୍ତମ ଫଳ ମିଳିବ।

ତୁଳା- ଦିନରେ ଆପଣଙ୍କ ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ସୁଯୋଗ ମିଳିପାରେ ଯାହା ଲାଭଦାୟକ ହେବ। ନିଜର ଭାବନାତ୍ମକ ସନ୍ତୁଳନକୁ ବଜାୟ ରଖିବା ଜରୁରୀ ଅଟେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ।

ବିଛା- କର୍ମ କ୍ଷେତ୍ରରେ ପ୍ରଭାବ ଓ ଅଧିକାର ବୃଦ୍ଧି ହେବାର ସମ୍ଭାବନା ରହିଛି। ଆର୍ଥିକ ନିବେଶ ପାଇଁ ଏକ ଶୁଭ ଦିନ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ। ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ଦୁର୍ବଳ ହେବେ। କାମର ଚାପ ଯୋଗୁ ସାମାନ୍ୟ କ୍ଳାନ୍ତି ଅନୁଭବ ହୋଇପାରେ।

ଧନୁ- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ଓ ଯାତ୍ରା ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବା ପାଇଁ ଏହି ସମୟ ଉପଯୁକ୍ତ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ବିବାଦ ଦେଖାଦେଲେ ଶାନ୍ତ ରୁହନ୍ତୁ।

ମକର- କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ, କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ଜୀବନସାଥୀଙ୍କ ସହ ସମ୍ପର୍କରେ କୌଣସି ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ହୋଇପାରେ। ପରିବାର ସଦସ୍ୟଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରହିବ। କଠିନ ପରିଶ୍ରମ ଦ୍ୱାରା ଆପଣଙ୍କୁ ଉତ୍ତମ ଫଳ ପ୍ରାପ୍ତି ହେବ।

କୁମ୍ଭ- ଦିନଟି ରୋମାଣ୍ଟିକ ଏବଂ ଆନନ୍ଦମୟ ହେବ। ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ସାଧାରଣତଃ ଭଲ ରହିବ। କୌଣସି ପୁରୁଣା ସମସ୍ୟାର ସମାଧାନ ହେବାର ଯୋଗ ରହିଛି। ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ।

ମୀନ- ଅଯଥା ଚିନ୍ତା ନକରି ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ଆପଣଙ୍କ ପାଇଁ ଶୁଭଙ୍କର ହେବ। କୌଣସି ଲାଭଦାୟକ ଯାତ୍ରା ହେବାର ସମ୍ଭାବନା ରହିଛି। ଆର୍ଥିକ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିପାରେ। ପାରିବାରିକ କ୍ଷେତ୍ରରେ ଶାନ୍ତ ଏବଂ ଧୈର୍ଯ୍ୟପୂର୍ଣ୍ଣ ରହିବା ଜରୁରୀ। ପ୍ରଭୁଙ୍କ ଆରାଧନା ଦ୍ୱାରା ମାନସିକ ଶାନ୍ତି ଅନୁଭବ କରିବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682