News7 Logo

ପଛ ପକେଟରେ ପର୍ସ ରଖୁଛନ୍ତି କି?  ଗମ୍ଭୀର ରୋଗ ସୃଷ୍ଟି କରିପାରେ

NEWS7
Back Pocket

ନୂଆଦିଲ୍ଲୀ: ପଛ ପକେଟରେ ପର୍ସ ବା ୱାଲେଟ୍ ପ୍ରାୟ ଲୋକ ରଖନ୍ତି। ଖାସ୍ କରି ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସମୟ ପଛ ପକେଟ୍‌ରେ ୱାଲେଟ୍ ରଖିଥାନ୍ତିହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୀର୍ଘ ସମୟ ଅଫିସ୍‌ରେ ରହିବା ତଥା ଗାଡ଼ି ଚଳାଇବା ସମୟରେ ପଛ ପକେଟ୍‌ରେ ପର୍ସ ରଖିବା ଦ୍ଵାରା ଏହା ଅଜାଣତରେ ହାଡ଼ ଏବଂ ମାଂସପେଶୀ ଉପରେ ଚାପ ପକାଏ । ଏହି ଚାପ ସ୍ନାୟୁ ଏବଂ ମାଂସପେଶୀଙ୍କୁ ପ୍ରଭାବିତ କରି ସାଇଟିକା ପରି ଗମ୍ଭୀର ରୋଗ ସୃଷ୍ଟି କରେ । ଡାକ୍ତରୀ ଭାଷାରେ ଏହାକୁ 'ଫ୍ୟାଟ୍ ୱାଲେଟ୍ ସିଣ୍ଡ୍ରୋମ' ବା 'ୱାଲେଟ୍ ନ୍ୟୁରୋପାଥ୍କୁହାଯାଏ

 ଏକ ରିସର୍ଚରୁ  ଜଣାପଡ଼ିଛି ଯେ, ପର୍ସ ମୋଟା ହେଉ କି ପତଳା, ପଛ ପକେଟ୍‌ରେ ଦୀର୍ଘ ସମୟ ରଖିବା ଦ୍ୱାରା ସ୍ନାୟୁ ଏବଂ ମାଂସପେଶୀ ପ୍ରଭାବିତ ହୁଏ । ଅଣ୍ଟା ଏବଂ ପାଦ ଯନ୍ତ୍ରଣା ପରି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ । ସେହିପରି ପକେଟ୍‌ରେ ପର୍ସ ସହିତ ବସିବା ଦ୍ୱାରା ମେରୁଦଣ୍ଡ ପ୍ରଭାବିତ ହୋଇ ଧୀରେ ଧୀରେ ଏହା ବଙ୍କା ହୋଇପାରେଏହାର ପ୍ରଭାବ କେବଳ ବସିବା ସମୟରେ ନୁହେଁ, ବରଂ ଛିଡ଼ା ହେବା କିମ୍ବା ଚଲାବୁଲା କରିବାରେ ଅନୁଭୂତ ହୋଇଥାଏ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇ ନ ଥାଏନିୟମିତ ଶାରୀରିକ କାର୍ଯ୍ୟକଳାପ, ଫିଜିଓଥେରାପି, ଯୋଗ ଆଦି କଲେ ଏହି ସମସ୍ୟାରୁ ଉପଶମ ମିଳିପାରେକିନ୍ତୁ ଦୀର୍ଘ ସମୟ ଧରି ପିଠି କିମ୍ବା ପାଦରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନିହାତି କରନ୍ତୁ।