ବଲିଉଡର ପାୱାର ଫୁଲ୍‌ କପଲଙ୍କ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳଙ୍କ ଘରେ ଖୁସିର ମାହୋଲ। ମା’ ହେଲେ କ୍ୟାଟ୍ରିନା କୈଫ୍‌ । ଫ୍ୟାନ୍ସଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌ । ଦୁହେଁ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି କନଫର୍ମ କରିଛନ୍ତି। ପୋଷ୍ଟରେ ଲେଖିଛନ୍ତି, "ବ୍ଲେସଡ୍ ଓମ୍।" କ୍ୟାପସନ ସହିତ ଏକ ଫଟୋ ସେୟାର କରାଯାଇଛି । ଲେଖାଯାଇଛି ଆମ ଖୁସିର ବଣ୍ଡଲ୍ ଆସିଗଲା ।  ବହୁତ ପ୍ରେମ ଏବଂ ଆଶୀର୍ବାଦ ସହିତ ଆମେ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛୁ। ନଭେମ୍ବର ୭, ୨୦୨୫। କ୍ୟାଟ୍ରିନା ଏବଂ ଭିକି।" ​​​​​​​

ପୋଷ୍ଟ ସେୟାର କରିବା ପରେ ପ୍ରଶଂସକ ଏବଂ ସେଲିବ୍ରିଟିମାନଙ୍କ ଅଭିନନ୍ଦନର ସୁଅ ଛୁଟିଛି। ନିର୍ଦ୍ଦେଶକ ଗୁନୀତ ମୋଙ୍ଗା ଲେଖିଛନ୍ତି, "ଅନେକ ଅଭିନନ୍ଦନ, ବହୁତ ଭଲପାଇବା ଏବଂ ଶୁଭେଚ୍ଛା। ପ୍ରଶଂସକମାନେ କମେଣ୍ଟ ସେକ୍ସନରେ କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, "ଅଭିନନ୍ଦନ, ଛାବା ଆସିଗଲା । ଅନ୍ୟ ଜଣେ ଲେଖିଛନ୍ତି, ବେବି କୌଶଲ

କହିବାକୁ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଡିସେମ୍ବର ୨୦୨୧ ରେ ବିବାହ କରିଥିଲେ। ଏହି ବିବାହରେ ଦମ୍ପତିଙ୍କ ପରିବାର ଏବଂ ନିକଟତର ବନ୍ଧୁମାନେ ଯୋଗ ଦେଇଥିଲେ। ସେପ୍ଟେମ୍ବର ୨୦୨୫ରେ, ଏହି ଦମ୍ପତି ସେମାନଙ୍କର ପ୍ରେଗେନ୍ସି ଘୋଷଣା କରିଥିଲେ।