LIVE TV

ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

NEWS7
minister

ଭୁବନେଶ୍ୱର ୧୯/୦୯:  ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ।

ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍‌ଆଇ, ସହକାରୀ ଆର୍‌ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ ଚିଠି କରାଯାଇଛି ।

ମନ୍ତ୍ରୀ କହିଛନ୍ତି ରାଜସ୍ବ ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଛି । ନିୟମିତ ଭାବେ କର୍ମଚାରୀଙ୍କ ବଦଳି ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ବହୁ କର୍ମଚାରୀ ଗୋଟିଏ ଅଫିସ ଅବା ପଦବିରେ ବର୍ଷ ବର୍ଷ ଧରି ରହିଛନ୍ତି । ତୁରନ୍ତ ତାଲିକା କରି ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେଇ ଏହାକୁ କାର୍ଯ୍ୟକାରୀ କରିବାକୁ ଚିଠି କରିଛି ବିଭାଗ । ଏ ସଂପର୍କରେ କି ପଦକ୍ଷେପ ନିଆଗଲା ତାହା ବିଭାଗକୁ ୧୫ ଦିନ ମଧ୍ୟରେ ଅବଗତ କରାଇବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।