LIVE TV

୪ ବର୍ଷ ପରେ ଭାରତ କାବୁଲରେ ପୁଣି ଥରେ ଦୂତାବାସ ଖୋଲିବ, ପାକିସ୍ତାନ ସହ ଉତ୍ତେଜନା ଭିତରେ ଆଫଗାନିସ୍ତାନ ସହ ସଂପର୍କ ବୃଦ୍ଧି

NEWS7
Kabul

ନୂଆଦିଲ୍ଲୀ ୧୦/୧୦: ତାଲିବାନକୁ ନେଇ ନୂଆଦିଲ୍ଲୀର ବଡ ନିଷ୍ପତ୍ତି । ୪ ବର୍ଷ ପରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଦୂତାବାସ ଖୋଲିବ ଭାରତ । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏହି ଘୋଷଣା କରିଛନ୍ତି ।  ଯାହା ତାଲିବାନ ଶାସନକୁ ନେଇ ଭାରତର ବଡ ପଦକ୍ଷେପ କୁହାଯାଉଛି ।  ଏହି ସମୟରେ ଜୟଶଙ୍କର ଆଫଗାନିସ୍ତାନର ସାର୍ବଭୌମତ୍ବକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ୨୦୨୧ ପରେ ଏହା ପ୍ରଥମ ଥର  ଭାରତ ଆଫଗାନିସ୍ତାର ସାର୍ବଭୌମତ୍ବକୁ ପୁରାପୁରି ସମର୍ଥନ କରିଛି ।

ମୁତାକିଙ୍କ ସହ ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗ କରିଛି। ଆଫଗାନ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆତଙ୍କବାଦ ବିରୋଧୀ ଲଢେଇରେ ଆଫଗାନ ସବୁବେଳେ ଆମ ସହ ରହିଛି । ପହଲଗାମ ଆକ୍ରମଣର ନିନ୍ଦା ମଧ୍ୟ କରିଥିବା କହିଛନ୍ତି ଜୟଶଙ୍କର । ଏବେ ଋଷିଆ ଓ ପାକିସ୍ତାନ ପରି ଦେଶରେ ଆଫଗାନିସ୍ତାନର ଦୂତାବାସ ରହିଛି । କାବୁଲରେ ଭାରତରେ ହାଇକମିଶନ ରହିଛି କିନ୍ତୁ ଦୂତାବାସ କେବେ ହୋଇପାରିନି । ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ହିଁ ଭାରତ ନିରବ ଥିଲା । କିନ୍ତୁ ଏବେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ତାଲିବାନରେ ଦୂତାବାସ ଖୋଲିବା ନେଇ ଘୋଷଣା କରିଛି ଭାରତ ।

ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆହୁରି କହିଛନ୍ତି ଆଫଗାନିସ୍ତାନରେ ବିକାଶ ଓ ସହାୟତର କାମ ଜାରି ରଖିବ ଭାରତ । ଏହା ଛଡା ଆଫଗାନିସ୍ତାନ ଯେଉଁ ପ୍ରୋଜେକ୍ଟ ଭାରତରେ ଆରମ୍ଭ କରିବା ନେଇ ଘୋଷଣା କରିଥିଲା ଏବେ ଆମେ ପୁଣି ଆରମ୍ଭ କରିବାକୁ ପ୍ରସ୍ତୁତ । ଭାରତ ଆଫଗାନିସ୍ତାନକୁ ୨୦ଟି ଆମ୍ବୁଲାନ୍ସ ଦେବାକୁ ଘୋଷଣା କରିଛି । ସେହି ପରି ଜୟଶଙ୍କର ସହ ବୈଠକ ପରେ ମୁତାକି କହିଛନ୍ତି ଭାରତ ସବୁବେଳେ ଆଫାଗାନିସ୍ତାନ ସହ ଠିଆ ହୋଇଛି । ଆମେ ଭାରତ ବିରୋଧରେ କୌଣସି ଷଡଯନ୍ତ୍ର ହେବାକୁ ଦେବୁନି । ସେହିପରି ୨ଦେଶ ମଧ୍ୟରେ ଫ୍ରାନ୍ସ ବର୍ଡର ଟେରୋରିଜିମକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଆମିର ଖାନ ମୁତାକି ଆଫଗାନିସ୍ତାନର ପ୍ରଥମ ବୈଦେଶିକ ମନ୍ତ୍ରୀ  ଯିଏ ତାଲିବାନ ଶାସନରେ ନୂଆଦିଲ୍ଲୀ ଆସିଛନ୍ତି । ଭାରତ ଆସିବା ପୂର୍ବରୁ ମୁତାକି ତାଲିବାନ ଲିଡର ଅଖୁଂଯଦା ସହ ଆଲୋଚନା କରିଥିଲେ ।