News7 Logo

ଭାରତ ଆଲୋଚନା ଟେବୁଲକୁ ଫେରିଛି...ବାଣିଜ୍ୟିକ ବାର୍ତ୍ତା ପୂର୍ବରୁ ଆମେରିକାର ବଡ଼ ଦାବି

NEWS7
vov

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟିକ ଆଲୋଚନା ଠିକ୍ ପୂର୍ବରୁ ହ୍ୱାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର୍ ନାଭାରୋ ପୁଣି ଏକ ବୟାନ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ଭାରତ ପୁଣି ଥରେ ଆଲୋଚନା ଟେବୁଲକୁ ଫେରିଛି । ଏହି ଆଲୋଚନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବାର କିଛି ସପ୍ତାହ ପରେ ହୋଇଛି । ଆମେରିକାର ଟାରିଫ କାରଣରୁ ଭାରତର ରପ୍ତାନୀ ୯ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି ।

ଆମେରିକାର ମୁଖ୍ୟ ବାର୍ତ୍ତାକାର ବ୍ରେଣ୍ଡନ ଲିଞ୍ଚ୍ ସୋମବାର ରାତିରେ ଭାରତ ପହଞ୍ଚିବେ । ମଙ୍ଗଳବାର ଭାରତୀୟ ପ୍ରତିନିଧିମଣ୍ଡଳ ସହ ଆଲୋଚନା କରିବେ । କିନ୍ତୁ ଏହା ପୂର୍ବରୁ ହ୍ୱାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ପୁଣି ଥରେ ନୂଆଦିଲ୍ଲୀକୁ ଏହାର ବାଣିଜ୍ୟ ନୀତି ପାଇଁ ଟାର୍ଗେଟ କରିଛନ୍ତି । ଏକ ଟେଲିଭିଜନ ସାକ୍ଷାତକାରରେ ନାଭାରୋ କହିଛନ୍ତି, "ଯୁଦ୍ଧ ପରେ ଭାରତର ରିଫାଇନର୍ ରୁଷ ରିଫାଇନର୍‌ଙ୍କ ସହିତ ସାମିଲ ହୋଇଥିଲେ । ସେମାନେ ଆମ ବିରୁଦ୍ଧରେ ଅନୁଚିତ ବାଣିଜ୍ୟ କରି ଟଙ୍କା ରୋଜଗାର କରୁଥିଲେ । ସେମାନେ ଏହି ଟଙ୍କାକୁ ରୁଷ ତେଲ କିଣିବା ପାଇଁ ବ୍ୟବହାର କରନ୍ତି ଏବଂ ରୁଷ ଏହାକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ବ୍ୟବହାର କରେ।" 

ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ନଭାରୋ ଲଗାତାର ଭାରତ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଆସିଛନ୍ତି । ଏପରିକି ଭାରତ ଉପରେ ଆମେରିକାର ଟାରିଫ୍ ପଛରେ ବି ନଭାରୋଙ୍କ ବଡ଼ ଭୂମିକା ଥିବା ଦାବି କରାଯାଉଛି । ସପ୍ତାହେ ପୂର୍ବ ନଭାରୋ କହିଥିଲେ, ଭାରତକୁ ଆମେରିକା ସହ ବାଣିଜ୍ୟ ଆଲୋଚନା ପାଇଁ କୌଣସି କୌଣସି ସ୍ଥିତିରେ ରାଜି ହେବାକୁ ପଡ଼ିବ, ନଚେତ ଦିଲ୍ଲୀ ପାଇଁ ଭଲ ହେବ ନାହିଁ । ନଭାରୋ ଏକ ସାକ୍ଷାତକାରରେ ଭାରତକୁ ଟାରିଫ୍‌ର ମହାରାଜା ବୋଲି କହିଥିଲେ । ନାଭାରୋ ଭାରତର ରୁଷଠାରୁ ତେଲ କିଣାକୁ "ବ୍ଲଡ୍‌ ମନି" ବୋଲି କହିଥିଲେ।