ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପାକିସ୍ତାନରେ ପରମାଣୁ ପରୀକ୍ଷଣ ଦାବି ଉପରେ ଭାରତ କଡ଼ା ପ୍ରତିକ୍ରିୟା ଦେଇଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଜୟସ୍ୱାଲ କହିଛନ୍ତି ଯେ ଏହା ହିଁ ପାକିସ୍ତାନର ଇତିହାସ । ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟିପ୍ପଣୀକୁ ଧ୍ୟାନରେ ରଖି ସମ୍ପୂର୍ଣ୍ଣ ଭାବେ ସତର୍କ ଅଛୁ । ପାକିସ୍ତାନ ଭୁଲ ଓ ଅବୈଧ ମାର୍ଗରେ ହିଁ ସବୁକିଛି କରୁଛି । ସେ କହିଛନ୍ତି ଯେ ପାକିସ୍ତାନ ଦଶନ୍ଧି ଦଶନ୍ଧି ଧରି ଏହିପରି ତସ୍କରୀ କରିଆସୁଛି । ରପ୍ତାନୀ ନିୟନ୍ତ୍ରଣର ଉଲ୍ଲଂଘନ କରୁଛି । ଗୁପ୍ତ ଭାବେ ସହଯୋଗୀ କରୁଛି । ଜୟସ୍ୱାଲ କହିଛନ୍ତି ଯେ ଆମେ ସବୁବେଳେ ଆନ୍ତର୍ଜାତୀୟ ସମୁଦାୟର ଧ୍ୟାନ ଏହା ଉପରେ ଆକର୍ଷଣ କରିଛୁ ।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନି ଦଶନ୍ଧି ପରେ ପରମାଣୁ ହତିଆର ପରୀକ୍ଷଣ ପୁଣି ଥରେ ଆରମ୍ଭ କରିବା ନେଇ ନିଜ ଯୋଜନାକୁ ସଠିକ୍ ଦର୍ଶାଇଥିଲେ । ଏହି ସମୟରେ ସେ କହିଥିଲେ ଯେ ପାକିସ୍ତାନ ଓ ଚୀନ ସେହି ଦେଶ ମଧ୍ୟରେ ଅଛନ୍ତି, ଯେଉଁମାନେ ପରମାଣୁ ପରୀକ୍ଷଣ କରୁଛନ୍ତି । ଟ୍ରମ୍ପଙ୍କ ଏହି ବୟାନକୁ ଭାରତର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଉଲ୍ଲେଖ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ଉତ୍ତର କୋରିଆ ନିଶ୍ଚିତ ଭାବେ ପରୀକ୍ଷଣ କରୁଛି । ପାକିସ୍ତାନ ବି ପରୀକ୍ଷଣ କରୁଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ସପ୍ତାହରେ କହିଥିଲେ ଯେ ରୁଷ ପୋସାଇଡନ୍ ପରମାଣୁ ସକ୍ଷମ ସୁପର-ଟାର୍ପିଡୋର ପରୀକ୍ଷଣ କରିଥିଲା । ଟ୍ରମ୍ପ ନିଜ ବୟାନରେ କହିଥିଲେ ଯେ ପରମାଣୁ ହତିଆର ପରୀକ୍ଷାଣର ପ୍ରକ୍ରିୟା ପୁନଃ ଆରମ୍ଭ କରିବା ନିଜ ନିଷ୍ପତ୍ତିକୁ ସଠିକ୍ ଦର୍ଶାଇଥିଲେ । ହତିଆରର ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ପରୀକ୍ଷଣ ଆବଶ୍ୟକ ବୋଲି ସେ କହିଥିଲେ ।

ଆଜିର ସାମ୍ୱାଦିକ ସମ୍ମିଳନୀରେ ସେ ଟ୍ରମ୍ପଙ୍କ ଭାରତ ଗସ୍ତ ଉପରେ ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଟ୍ରମ୍ପଙ୍କ ଭାରତ ଆସିବା ଉପରେ ବର୍ତ୍ତମାନ କୌଣସି ସୂଚନା ନାହିଁ । ଏହା ଉପରେ ସୂଚନା ମିଳିବାପରେ ସମସ୍ତଙ୍କୁ ଜଣାଯିବ ।