News7 Logo

ଜିଏସଟି କଟ୍‌ ପରେ ହ୍ୟୁଣ୍ଡାଇ ବି କମାଇଲା କାର୍ ଦାମ୍, ଦେଖନ୍ତୁ ସବୁ ମଡେଲର ନୂଆ ପ୍ରାଇସ୍

NEWS7
Hyundai Car

ନୂଆଦିଲ୍ଲୀ: ଟାଟା, ମହିନ୍ଦ୍ରା, ରେନଲ୍ଟ ପରେ ଏବେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ (HMIL) ଏହାର ବିଭିନ୍ନ କାର ମଡେଲର ଦାମ୍ କମାଇଛି। କମ୍ପାନି କହିଛି GST ହାର ହ୍ରାସର ସମ୍ପୂର୍ଣ୍ଣ ଲାଭ ଏହାର ଗ୍ରାହକମାନଙ୍କୁ ମିଳିବ।  ନୂଆ ମୂଲ୍ୟ  ୨୨ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହେବ। ଅର୍ଥାତ ଏହି ଦିନ ଠାରୁ ସାରା ଦେଶରେ ହ୍ୟୁଣ୍ଡାଇର ଗ୍ରାହକମାନେ ନୂଆ ମୂଲ୍ୟରେ କାର୍ କିଣିପାରିବେ। ଏମିତିରେ ଆଶା କରାଯାଉଛି ଆଗକୁ ପାର୍ବଣ ଥିବାରୁ ଯାନବାହନ ବିକ୍ରୟରେ ବୃଦ୍ଧି ପାଇବ। 

ହୁଣ୍ଡାଇ ଭର୍ନା, କ୍ରେଟା, ଆଲକାଜାରର ମୂଲ୍ୟରେ ହ୍ରାସ
କମ୍ପାନିର ତଥ୍ୟ ଅନୁସାରେ, Hyundai Creta N Lineରେ ୭୧, ୭୬୨ ଟଙ୍କା ହ୍ରାସ ହୋଇଛି। ସେହିଭଳି  Grand i10 Nios ୭୩, ୮୦୩ ଟଙ୍କା, Aura ୭୮,୪୬୫ ଟଙ୍କା, i20 ୯୮, ୦୫୩ ଟଙ୍କା ଏବଂ Exter ୮୯, ୨୦୯ ଟଙ୍କା ଶସ୍ତା ହେବ। i20 N Line ୧,୦୮, ୧୧୬ ଟଙ୍କା ଶସ୍ତା ହେବାକୁ ଯାଉଥିବାବେଳେ Venue ୧,୨୩, ୬୫୯ ଟଙ୍କା ଶସ୍ତା ହେବ। ଆହୁରି ମଧ୍ୟ  Venue N Lineର ମୂଲ୍ୟ ୧,୧୯,୩୯୦ ଟଙ୍କା, Verna, Creta, Alcazar ଏବଂ Tucsonର ମୂଲ୍ୟ ଯଥାକ୍ରମେ ୬୦,୬୪୦ ଟଙ୍କା, ୭୨,୧୪୫ ଟଙ୍କା, ୭୫,୩୭୬ ଟଙ୍କା ଏବଂ ୨, ୪୦, ୩୦୩ ଟଙ୍କା ହ୍ରାସ ପାଇବ। ତେବେ ଇଲେକ୍ଟ୍ରିକ୍ କାରର ମୂଲ୍ୟରେ କୌଣସି ହ୍ରାସ ହେବ ନାହିଁ। ଜିଏସଟି ପରିଷଦ ଇଲେକ୍ଟ୍ରିକ୍ କାର ଉପରେ ଜିଏସଟି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ହେଉଛି ଭାରତରେ ହୁଣ୍ଡାଇ ଇଲେକ୍ଟ୍ରିକ୍ କାରଗୁଡ଼ିକ ପୂର୍ବ ପରି ସମାନ ମୂଲ୍ୟରେ ବିକ୍ରି ହେବ।

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅନସୁ କିମ୍ କହିଛନ୍ତି, "ଯାନବାହାନ ଉପରେ GST ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପ୍ରଗତିଶୀଳ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପକୁ ଆମେ ଆନ୍ତରିକତାର ସହ ପ୍ରଶଂସା କରୁଛୁ। ଏହି ସଂସ୍କାର କେବଳ ଅଟୋ ସେକକ୍ଟରକୁ ପ୍ରୋତ୍ସାହିତ କରିବ ନାହିଁ , ବରଂ ବ୍ୟକ୍ତିଗତ ପରିବହନକୁ ଅଧିକ ସୁଲଭ ଏବଂ ସୁଲଭ କରି ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସଶକ୍ତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ।"