LIVE TV

ହନି ସିଂଙ୍କର 'ମାଫିଆ' ଗୀତ ପୁଣି ହେଲା ରିଲିଜ୍‌, ସୋସିଆଲ ମିଡିଆରେ କରୁଛି ହଇଚଇ

NEWS7
honey singh

ମୁମ୍ଵାଇ ୨୭।୦୯; ହନି ସିଂଙ୍କ ଅଗଣିତ ପ୍ରଶଂସକ ରହିଛନ୍ତି । ତାଙ୍କ ଗୀତ ପାଇଁ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଦିନକୁ ଦିନ ସେ ସଫଳତା ଦିଗରେ ଆଗେଇ ଚାଲିଛନ୍ତି । ଏହାରି ମଧ୍ୟରେ କିଛି ଦିନ ପାଇଁ ସେ ବିରାମ ନେଇଥିଲେ । ବର୍ତ୍ତମାନ କିନ୍ତୁ ତାଙ୍କର ଆଉ ଏକ ଗୀତ ହଇଚଇ ସୃଷ୍ଟି କରିଛି । ହନି ସିଂଙ୍କ ’୫୧ ଗ୍ଲୋରିଅସ୍ ଡେଜ୍’ସିରିଜର ଏକ ଗୀତ ରିଲିଜ ହୋଇଛି । ଯାହାକୁ T-Series ସହଯୋଗରେ YouTube ରେ ଲଞ୍ଚ କରାଯାଇଥିଲା । କିଛି ଘଣ୍ଟା ମଧ୍ୟରେ ଗୀତଟି ଲକ୍ଷ ଲକ୍ଷ ଭ୍ୟୁ ହାସଲ କରିଛି । ସେ “ମାଫିଆ” ଗୀତ ମୁକ୍ତିଲାଭ କରିଛନ୍ତି ।

ଏହା ହନି ସିଂହଙ୍କ ପଞ୍ଚମ ଆଲବମ୍ ସହିତ ମୁକ୍ତିଲାଭ କରିଥିଲା । ଏହି ଗୀତରେ ଚାଲୁଥିବା ଏକ ଡଙ୍ଗା, ଲ୍ୟାବିଶ ଭିଲା ଏବଂ ପୁରୁଣା କାର୍ ଦେଖିବାକୁ ପାଇବେ ଦର୍ଶକ । ତାଙ୍କୁ ଏକ ମାରଣାସ୍ତ୍ର ଧରି ଚଲାଉଥିବାର ଦେଖିବାକୁ ମିଳିବ । ଏହି ଗୀତରେ ହନି ସିଂ ଲିଡ୍ ଆକ୍ଟ୍ରେସ୍ ଭାବରେ ନରଗିସ୍ ଖାନଙ୍କୁ କାଷ୍ଟ କରିଛନ୍ତି । ନିକଟରେ ହନି ସିଂଙ୍କ ଶେଷ ଆଲବମ୍ “ଗ୍ଲୋରି” ଅଗଷ୍ଟରେ ରିଲିଜ ହୋଇଥିଲା । ହନି ସିଂଙ୍କ ବିଷୟରେ Netflix ଡକ୍ୟୁମେଣ୍ଟାରୀରେ ଗ୍ଲୋରିଅସ୍ ଡେଜରେ ଏକ ଆଲବମ୍ ରିଲିଜ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯେଉଁ ଡକ୍ୟୁମେଣ୍ଟାରୀରେ ହନିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କରିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା କରିଥିଲେ । ଫ୍ୟାନ୍ସଙ୍କ ସହିତ ତାଙ୍କ କଷ୍ଟର କାହାଣୀ ସମ୍ପର୍କରେ ସେ ସେୟାର କରିଥିଲେ ।

କିଛି ସମୟ ପୂର୍ବରୁ ହନି ସିଂ ନର୍ଗିସ୍ ଫଖରୀଙ୍କ ସହିତ ତାଙ୍କ ଗୀତର ଏକ ଟିଜର ରିଲିଜ୍ କରିଥିଲେ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଉତ୍ସାହ ପ୍ରକାଶ କରିଥିଲେ। ପ୍ରଶଂସକମାନେ ମଧ୍ୟ ଏହି ଗୀତକୁ ନେଇ ଖୁସି ଏବଂ ଉତ୍ସାହିତ ଥିଲେ। ଏବେ ଏହା ରିଲିଜ୍ ହୋଇସାରିଛି ଯାହାର ଗୀତ ବର୍ତ୍ତମାନ Youtubeରେ ଦର୍ଶକ ଦେଖିପାରିବେ । ତାଙ୍କର ଆଉ ଏକ ଗୀତ ’ଇକ୍ କୁଡି’ ବଡ଼ ସଫଳତା ହାସଲ କରିପାରିଥିଲା ।