News7 Logo

ଭଦ୍ରକରେ ଲଞ୍ଚ୍ ହେଲା ହୋଣ୍ଡା ଅଲ ନିୟୁ ସିବି ୧୨୫ ହର୍ନେଟ୍ ଏବଂ ଶାଇନ୍ ୧୦୦ ଡିଏକ୍ସ

NEWS7
Honda

ଭଦ୍ରକ : ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଓଡ଼ିଶାର ଭଦ୍ରକରେ ଅଲ୍ ନିୟୁ ସିବି୧୨୫ ହର୍ନେଟ୍ ଏବଂ ଶାଇନ ୧୦୦ ଡିଏକ୍ସର ବଜାର ପ୍ରବେଶ କରାଇଛି । ଭଦ୍ରକରେ ଶୋରୁମ୍ ରେ ଅଲ-ନିୟୁ ହୋଣ୍ଡା ସିବି ୧୨୫ ହର୍ନେଟର ସ୍ଵତନ୍ତ୍ର ମୂଲ୍ୟ ୧,୧୨,୦୦୦ ଟଙ୍କା ରଖାଯାଇଥିବାବେଳେ ଶାଇନ ୧୦୦ ଡିଏକ୍ସ ମୂଲ୍ୟ ୭୬,୮୦୯ ଟଙ୍କା ରହିଛି । କମ୍ପାନୀ ମଧ୍ୟ ଉଭୟ ମୋଟରସାଇକଲ ନିମନ୍ତେ ବିଶାଳ ଗ୍ରାହକ ଯୋଗାଣ ଆରମ୍ଭ କରିଛି । ପରବର୍ତ୍ତୀ ପିଢିର ଚାଳକମାନଙ୍କୁ ଲକ୍ଷ୍ୟରେ  ରଖି ନିର୍ମାଣ କରାଯାଇଥିବା ସିବି ୧୨୫ ହର୍ନେଟରେ ତାହର ସ୍ପୋର୍ଟି ଷ୍ଟାଇଲିଂ ଏବଂ ରୋମାଞ୍ଚକାରୀ ପ୍ରଦର୍ଶନ ସହିତ ରାଇଡ ୟୋର ରିଜ୍ଉତ୍ସାହ ଭରି ରହିଛି ।

ସେହିଭଳି ଶାଇନ୍ ୧୦୦ ଡିଏକ୍ସ ଗ୍ରାହକ ଆଶା କରୁଥିବା ସଲିଡ୍ ହୈଆଧାରରେ ଏହା ନୂଆତ ବୈଶିଷ୍ଟ୍ୟ ଏବଂ ପ୍ରିମିୟମ ଷ୍ଟାଇଲିଂ ବହନ କରୁଛି । ଗ୍ରାହକମାନେ ଏହି ମୋଟରସାଇକଲ ଗୁଡିକ ସେମାନଙ୍କର ନିକଟସ୍ଥ ହୋଣ୍ଡାର ସ୍ବୀକୃତିପ୍ରାପ୍ତ ଡିଲରସିପକୁ ଯାଇ ବୁକ୍ କରିପାରିବେ ।

ତେବେ ଭଦ୍ରକ ଜିଲ୍ଲାରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ହୋଣ୍ଡାର ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଭଦ୍ରକ ଜିଲ୍ଲାର ଦାସ ହୋଣ୍ଡାର ପ୍ରୋପାଇଟରଙ୍କ ସହ ଜିଲ୍ଲାରେ ହୋଣ୍ଡା ସୋରୁମ ଗୁଡ଼ିକର ମାଲିକ ଓ ଗ୍ରାହକମାନେ ଯୋଗ ଦେଇଥିଲେ । ତେବେ ଏହି ଦୁଇ ସେଗମେଣ୍ଟର ବାଇକ୍ ଚାଳକଙ୍କୁ ଉନ୍ନତମାନର ଯାତ୍ରା ସହ ବହୁ ଆଧୁନିକ ସୁବିଧା ଉପଲବ୍ଧ କରାଇବ । ଏହା ଛଡ଼ା ବାଇକ୍ ଗୁଡ଼ିକ ବୟସ୍କ ଓ ଯୁବକଙ୍କ ଭଳି ଉଭୟ ଚାଳକଙ୍କ ପାଇଁ ପ୍ରସ୍ତୁତ ହୋଇଛି । ବାଇକ୍ ଗୁଡ଼ିକର ମୂଲ୍ୟ ମଧ୍ୟ ସମସ୍ତଙ୍କ ପକେଟକୁ ସୁହାଇଲା ଭଳି କରାଯାଇଛି ବୋଲି କମ୍ପାନୀ ତରଫରୁ କୁହା ଯାଇଛି ।