News7 Logo

ହୋମ୍‌ଗାର୍ଡ ପରୀକ୍ଷାରେ ଅଘଟଣ : ଦୌଡ଼ିବା ବେଳେ ଟଳିପଡ଼ିଲେ ଆଶାୟୀ ପରୀକ୍ଷାର୍ଥୀ

NEWS7
Congress

ଛତ୍ରପୁର ୧୪।୯: ଗଞ୍ଜାମ ପୋଲିସ ଜିଲ୍ଲା ଅଧୀନରେ ଛତ୍ରପୁର ସ୍ଥିତ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଜଣେ ଆଶାୟୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତାରସିଂଥାନା ତୁଳସୀପଲ୍ଲୀ ଅଂଚଳର ଶିବରାମ ପ୍ରଧାନ ।

ନିୟମ ଅନୁସାରେ ହୋମଗାର୍ଡ ପଦବୀ ପାଇଁ ଦୌଡ଼ ପରୀକ୍ଷା କରାଯାଉଥିଲା । ଦୌଡ଼ ପରୀକ୍ଷା ବେଳେ  ଅସୁସ୍ଥ ହୋଇପଡ଼ିଥିଲେ ଆଶାୟୀ ପରୀକ୍ଷାର୍ଥୀ । ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ଛତ୍ରପୁର ମେଡିକାଲ ନିଆଯାଇଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।