LIVE TV

କାର୍ ରେସିଙ୍ଗରୁ ଚଢ଼ି ଯାଇଥିଲା ଗାଡି, ଥାର୍ ହିଟ୍‌ ଆଣ୍ଡ ରନ୍ ମାମଲାରେ ପୋଲିସର ଖୁଲାସା

NEWS7
thar update

ଭୁବନେଶ୍ୱର ୨୪/୦୯: ରିଲ୍ସ ନିଶାରୁ ହିଟ ଆଣ୍ଡ ରନ୍ । କାର୍ ରେସିଙ୍ଗରୁ ଚଢ଼ି ଯାଇଥିଲା ଚକା । ଅଭିଯୁକ୍ତ ମାନେ ରିଲସ ବନାଇବା ବେଳେ ଘଟିଥିଲା ଦୁର୍ଘଟଣା I ପାତ୍ରପଡ଼ା ଦୁର୍ଘଟଣା ଘଟଣାରେ ଏମିତି ଖୁଲାସା କରିଛନ୍ତି ତାପସ ଚନ୍ଦ୍ର ପ୍ରଧାନ, ଏସିପି ଜୋନ-୩ । ଏସିପି କହିଛନ୍ତି ଭିଡ଼ିଓ ଯୋଗୁଁ କରୁଥିଲେ କାର ରେସିଙ୍ଗ । 

 

ପୂର୍ବରୁ ଏହି ମାମଲାରେ ୪ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ତେବେ ଆଜି ଥାର୍ ଗାଡ଼ି ମାଲିକ ସୋମନାଥ ବେହେରାଙ୍କୁ ଗିରଫ କରାଯାଇଛି । ଏହାସହ ତାଙ୍କୁ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ସନ୍ଦୀପ ନସ୍କରକୁ ବି ଗିରଫ କରାଯାଇଛି I ଏହି ଘଟଣାରେ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି । ସେପଟେ ଏହି ଘଟଣା ପରେ ଗାଡ଼ି ଚଳାଇଲା ବେଳେ, ଚାଳକ କିମ୍ବା ପାସେଞ୍ଜର ରିଲସ କରିବା ସହ ଚଳନ୍ତା ଗାଡ଼ିରେ ରେସିଂ ନକରିବାକୁ ଚେତାବନୀ ଦେଇଛି ପୋଲିସ I