LIVE TV

କଦମ-ଏ-ରସୁଲ କଟକି ଭାଇଚାରାର ଏକ ନିଛକ ଉଦାହରଣ : ପରିସରରେ ରହୁଛନ୍ତି ଉଭୟ ହିନ୍ଦୁ ଏବଂ ମୁସଲିମ୍

NEWS7
Qadam-e-Rasool

କଟକ ୧୧।୧୦: ଦଶହରା ଭସାଣିକୁ ନେଇ କଟକର ଯେଉଁ ସ୍ଥାନରେ ହିଂସା ଘଟିଲା, ସେହି ସ୍ଥାନ ହେଉଛି କଟକି ଭାଇଚାରାର ଏକ ନିଛକ ଉଦାହରଣ । ଦରଘାବଜାର ସ୍ଥିତ କଦମ--ରସୁଲ ହେଉଛି ଏକ ଐତିହାସିକ ପୀଠ । ଯେଉଁଠି ମହାପୁରୁଷ ମହମ୍ମଦଙ୍କ ପାଦ ଚିହ୍ନ ରହିଥିବାର ବିଶ୍ୱାସ ରହିଛି । ବିଶେଷ କଥା ହେଲା ଏହି ପୀଠ ପରିସରରେ ଅଛି ବ୍ରାହ୍ମଣ ସାହି । ଯେଉଁମାନେ ପିଢ଼ି ପରେ ପିଢ଼ି ଏହିଠାରେ ବସବାସ କରି ଆସୁଛନ୍ତି ।

କଟକ ସହର ସହିତ ପବିତ୍ର ପୀଠ କଦମ-ଏ-ରସୁଲର ଏକ ଭାବାବେଗ ଯୋଡି ହୋଇ ରହିଛି । କାରଣ ଏହିଠାରେ ମହାପୁରୁଷ ମହମ୍ମଦଙ୍କ ପାଦ ଚିହ୍ନ ରହିଥିବାର ବିଶ୍ୱାସ ରହିଛି, ଯେଉଁ କାରଣରୁ ବିଶ୍ୱ ସ୍ତରରେ ମଧ୍ୟ ଏହି ସ୍ଥାନର ସ୍ୱତନ୍ତ୍ର ପରିଚୟ ରହିଛି । ଅଞ୍ଚଳଟି ମୁସଲିମ୍ ବହୁଳ ବୋଲି ଅନେକଙ୍କର ଧାରଣା ଏବଂ ଏହା ନିକଟରେ ଘଟିଲା ହିଂସା ତେବେ କଦମ-ଏ-ରସୁଲ ଭିତରର ବାସ୍ତବ ଚିତ୍ର ହେଲା ଅଲଗା ଏହା ପରିସରରେ ଉଭୟ ହିନ୍ଦୁ ଏବଂ ମୁସଲିମ୍ ଭାଇଚାରା ଭିତରେ ଅଛନ୍ତି

ବିଭିନ୍ନତାରେ ଏକତା ହେଉଛି ଭାରତ ବର୍ଷର ପରିଚୟ ଏବଂ କଟକ ସହର ହେଉଛି ତାର ଏକ ବଳିଷ୍ଠ ଉଦାହରଣ । କାରଣ ଏଠି ସବୁବର୍ଗର ଲୋକ ଶହ ଶହ ବର୍ଷ ଧରି ରହିଆସିଛନ୍ତି । ଆଉ କଦମ-ଏ-ରସୁଲ ହେଉଛି ଭାଇଚାରାର ଏକ ବଳିଷ୍ଠ ଉଦାହରଣ । କାରଣ ଏହା ଭିତରେ ରହିଛି ମନ୍ଦିର ପୁଣି ମସଜିଦ ଏଠି ଘରକୁ ଘର, ମାନେ ଯେମିତି ଚାଳକୁ ଚାଳ ବାନ୍ଧି ଏକାଠି ରହିଛନ୍ତି ସମସ୍ତେ

​​​​​​​