କନ୍ଧମାଳ:  ଗତ ମଙ୍ଗଳବାର ଲଗାଣ ବର୍ଷା ଯୋଗୁ କଳିଙ୍ଗା ଘାଟିର ଅନ୍ଧାରକୋଟ ବୁଲାଣି ୪ ଏବଂ ୫ ନିକଟରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଥିଲା। ଏହା ଯୋଗୁ ପାହାଡ଼ରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ରାସ୍ତାକୁ ଧସି ଆସିଥିଲା। ଫଳରେ ଉଭୟ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଉଭୟ ପଟୁ ରାସ୍ତା ବନ୍ଦ ହେବା ସହିତ ଯାତାୟତ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା।

ତେବେ ଏପର୍ଯ୍ୟନ୍ତ ବି ଏହି ରାସ୍ତା ମରାମତି ସ୍ବାଭାବିକ ହୋପାରିନଥିବାବେଳେ ସୋମବାର ପୁଣି ପ୍ରବଳ ବର୍ଷାରେ ପୁଣି ଧୋଇଯାଇଛି କଳିଙ୍ଗା ଘାଟି ରାସ୍ତା। ଦୀର୍ଘ ଛ’ ଦିନ ମଧ୍ୟରେ ଯାହା କାମ ହୋଇଥିଲା ତାହା ସଂପୂର୍ଣ୍ଣ ଧୋଇଯାଇଛି। ଫଳରେ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ବର୍ତ୍ତମାନ ସୁଦ୍ଧା କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲା ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।

ପାହାଡ଼ ଉପରୁ ପ୍ରବଳ ପାଣି ଆସିବାରୁ ପାହାଡ଼ ଶିଖରେ ଓ ପାର୍ଶ୍ଵରେ ଥିବା ବିରାଟ ବିରାଟ ପଥର ଆସି ପାହାଡ଼ ମଝିରେ ଅତି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଅଛି। ଫଳରେ ବର୍ଷା ଯୋଗୁ କାମ ବନ୍ଦ ରଖାଯାଇଛି।