News7 Logo

କଳିଙ୍ଗା ଘାଟିରେ ଭୂସ୍ଖଳନ : ପ୍ରବଳ ବର୍ଷା ଯୋଗୁ ପାହାଡ ଉପରୁ ଧସିଲା ପଥର ଏବଂ ମାଟି ଅତଡା

NEWS7
Landslide

ଜି. ଉଦୟଗିର ୧୬।୯: ଜି. ଉଦୟଗିର କଳିଙ୍ଗା ଘାଟିରେ ଭୂସ୍ଖଳନଭୁଶୁଡ଼ିଲା ପାହାଡ ଓ ମାଟି । ପ୍ରବଳ ବର୍ଷା ଯୋଗୁ ପାହାଡ ଉପରୁ ଧସିଲା ପଥର ଏବଂ ମାଟି ଅତଡା । ଫଳରେ କନ୍ଧମାଳରୁ ଗଞ୍ଜାମକୁ ଯାତାୟାତ ଠପ୍ ହୋଇଛି । ଘଟଣାସ୍ଥଳରେ ଜି.ଉଦୟଗିରି ବିଜୟ କୁମାର ସ୍ବାଇଁ ପହଂଚି ଅନୁଧ୍ୟାନ କରୁଛନ୍ତି । ଉତ୍ତରଖଣ୍ଡ ଭଳି ସ୍ଥିତି ଉପୁଜିଛି । ବହୁ ଗାଡ଼ି ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଛି । ପ୍ରବଳ ବର୍ଷା ଯୋଗୁଁ କିଛି କାର୍ଯ୍ୟ ହୋଇ ପାରିନାହିଁ ।