LIVE TV

ChatGPT Atlasର ଲଞ୍ଚ୍ ସହ ଗୁଗଲକୁ ବଡ଼ ଝଟକା, ଆଲଫାବେଟ୍‌ର ମାର୍କେଟ୍ କ୍ୟାପ୍‌ ଖସିଲା ୧୫୦ ବିଲିୟନ ଡଲାର

NEWS7
chatgpt atlas

ନୂଆଦିଲ୍ଲୀ: ଓପନ୍ ଏଆଇ ଏହାର ନୂଆ AI ଆଧାରିକ ୱେବ୍ ବ୍ରାଉଜର, ChatGPT Atlas ଘୋଷଣା କରିଛି । ଏହା ଏବେ ଟେକ୍ ଦୁନିଆରେ କମ୍ପନ ସୃଷ୍ଟି କରିଛି । ଲଞ୍ଚ୍ ହେବା ପରେ ଗୁଗଲର ପେରେଣ୍ଟ କମ୍ପାନି ଆଲଫାବେଟର ସେୟାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଏପରି କି କମ୍ପାନିର ବଜାର ମୂଲ୍ୟ ପ୍ରାୟ ୧୫୦ ବିଲିୟନ ଡଲାର ହ୍ରାସ ପାଇଥିଲା । ଏହାକୁ ଚଳିତ ବର୍ଷର କୌଣସି ଟେକ୍ ଲଞ୍ଚ୍ ଉପରେ ସବୁଠୁ ବଡ଼ ମାର୍କେଟ୍ ରିଆକ୍ସନ କୁହାଯାଉଛି ।

ଏହି ଘୋଷଣା ପୂର୍ବରୁ, ଓପନ ଏଆଇ ଏକ୍ସରେ ଏକ ଛଅ ସେକେଣ୍ଡର ଟିଜର ଭିଡିଓ ପୋଷ୍ଟ କରିଥିଲା । ଥିରେ କିଛି ବ୍ରାଉଜର ଟ୍ୟାବ୍ ଦେଖାଯାଇଥିଲା । ପରେ ଲାଇଭଷ୍ଟ୍ରିମରେ ସିଇଓ ସାମ୍ ଅଲ୍ଟମ୍ୟାନ୍ କହିଥିଲେ ଯେ ଆଟଲାସ୍ କେବଳ ଏକ ବ୍ରାଉଜର ନୁହେଁ, ବରଂ ଇଣ୍ଟରନେଟ୍ ଅନୁଭବକୁ ପନଃପରିଭାଷିତ କରିବାର ଏକ ସୁଯୋଗ ।

ଆଟଲାସକୁ macOS ପାଇଁ ଲଞ୍ଚ କରାଯାଇଛି, ଯାହାର ୱିଣ୍ଡୋଜ ଏବଂ ଆଣ୍ଡରଏଡ୍ ଭର୍ସନ ଖୁବଶୀଘ୍ର ଲଞ୍ଚ ହେବ । ଏହି ବ୍ରାଉଜରଟି ଗୁଗଲ କ୍ରୋମର ଟେକ୍ନୋଲଜି କ୍ରୋମିୟମ ଉପରେ ଆଧାରିତ, କିନ୍ତୁ ଏଥିରେ ଚାଟଜିପିଟିକୁ ସବୁ ୱେବପେଜରେ ସିଧାସଳଖ ସଂଯୁକ୍ତ କରାଯାଇପାରିବ । ଏହାର ଅର୍ଥ ଆପଣଙ୍କୁ ଆଉ ଏକ ପୃଥକ ଟ୍ୟାବ୍ ଖୋଲିବାକୁ କିମ୍ବା କପି-ପେଷ୍ଟ କରିବାକୁ ପଡିବ ନାହିଁ ।

ଏହାର ସବୁଠାରୁ ଲୋକପ୍ରିୟ ଫିଚର ହେଉଛି "ଏଜେଣ୍ଟ ମୋଡ୍", ଯେଉଁଥିରେ ଏଆଇ ନିଜେ ନିଜେ ଆପଣଙ୍କର କର୍ସର୍ ଏବଂ କି-ବୋର୍ଡକୁ ନିୟନ୍ତ୍ରଣ କରିବ । ଏହା ନିଜେ ନିଜେ ଫ୍ଲାଇଟ୍ ବୁକ୍ କରିବା, ପ୍ରୋଡକ୍ଟ ରିସର୍ଚ୍ଚ କରିବା କିମ୍ବା ଡକ୍ୟୁମେଣ୍ଟ ଏଡିଟ କରିବା ଭଳି କାର୍ଯ୍ୟ କରିପାରିବ । ଆରମ୍ଭରେ ଏହି ଫିଚର କେବଳ ChatGPT Plus ଏବଂ Pro ୟୁଜରଙ୍କ ପାଇଁ ଉପଲବ୍ଧ କରାଯାଇଥିଲା

ଦୀର୍ଘଦିନ ଧରି ୱେବ୍ ବ୍ରାଉଜିଂର ରାଜା ହୋଇ ରହିଥିବା ଗୁଗଲ୍ କ୍ରୋମର ଏବେ ଆଟଲାସ୍ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହେଉଛି । ଗୁଗଲର ଆୟର ଏକ ପ୍ରମୁଖ ଅଂଶ ସର୍ଚ୍ଚ ବିଜ୍ଞାପନରୁ ଆସିଥାଏ, କିନ୍ତୁ AI ଆଧାରିତ ବ୍ରାଉଜରଗୁଡ଼ିକ ସିଧାସଳଖ ଉତ୍ତର ଦେଇ ଏହାର ମଡେଲକୁ ଚ୍ୟାଲେଞ୍ଜ କରୁଛନ୍ତି । ଚାଟଜିପିଟ80 କୋଟି ସାପ୍ତାହିକ ୟୁଜର୍ସ OpenAIକୁ ଏକ ବିଶାଳ ୟୁଜର ବେସ୍ ପ୍ରଦାନ କରନ୍ତି ।