ଭଦ୍ରକ: ଗାଁଠୁ ସହର ସବୁଠି ଦୁର୍ଗା ପୂଜାର ଆସର।ସବୁଠି ଖୁବ୍ ଆନନ୍ସ ଉତ୍ସାହର ସହ ପାଳନ ହେଉଛି ଦୁର୍ଗା ପୂଜା। ହେଲେ ଓଡ଼ିଶାରେ ଏମିତି ଏକ ଅଞ୍ଚଳ ଅଛି ଯେଉଁଠି ଦୁର୍ଗାଙ୍କ ସ୍ଥାନରେ ପୂଜା ପାଆନ୍ତି ମା’ ନୀଳ ସରସ୍ଵତୀ। ପୂଜା ବିଧି ମଧ୍ୟ ସମାନ ଭାବେ ପାଳିତ ହୁଏ। ଏହି ସ୍ଥାନ ହେଉଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଗୋବିନ୍ଦପୁର।

ଏଠାରେ ଆୟୋଜିତ ହେଉଛି ମା’ ନୀଳ ସରସ୍ଵତୀଙ୍କ ପୂଜା। ମା’ ସମ୍ପୂର୍ଣ୍ଣ ନୀଳ ବର୍ଣ୍ଣର ହଂସ ଉପରେ ବିରାଜିତ ହୋଇଛନ୍ତି। ସାଙ୍ଗରେ ଶିବ, ଗଣେଶ ଓ କାର୍ତ୍ତିକ ମଧ୍ୟ ପାର୍ଶ୍ଵ ମୂର୍ତ୍ତି ଭାବେ ପୂଜା ପାଉଛନ୍ତି। ହାତରେ ଲେଖନୀ ଓ ଖଡ଼ି ଗୋଟଳା ଧାରଣ କରିଛନ୍ତି ମା’ ନୀଳ ସରସ୍ଵତୀ।

ତେବେ ଏହି ପୂଜା ପ୍ରାୟ ୩ ଶହ ବର୍ଷର ବୋଲି କୁହନ୍ତି ସ୍ଥାନୀୟ ଲୋକେ। ଅଞ୍ଚଳରେ ମାଟି ବଂଶର ଲୋକ ବସବାସ କରୁଥିବାରୁ ମା’ ଦୁର୍ଗାଙ୍କ ସ୍ଥାନରେ ନୀଳ ସରସ୍ଵତୀଙ୍କର ଆବାହନ କରାଯାଏ। ମା’ ଦୁର୍ଗାଙ୍କ ଭଳି ସମାନ ରୀତି ନୀତିରେ ପୂଜା କରାଯାଇଥାଏ।