LIVE TV

ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା : ଡିଭାଇଡ଼ର ଡେଇଁ ୨୦ଫୁଟ ତଳକୁ ଖସିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର

NEWS7
Gas Tanker

ଜଳେଶ୍ବର ୧୦: ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା । ଭାରସାମ୍ୟ ହରାଇ ଡିଭାଇଡ଼ର ଡେଇଁ ନୟନଯୋରିକୁ ଖସିଲା ଟ୍ୟାଙ୍କର । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲପର । ଏଭଳି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ପୁନସିତା ଠାରେ । ଟ୍ୟାଙ୍କରରେ ଗ୍ୟାସ୍ ରହିଥିବା ସୂଚନା ମିଳିଛି ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନ ସମୟରେ ଏକ ଟ୍ୟାଙ୍କର କଲିକତା ଆଡୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ୬୦ନଂ ଜାତୀୟ ରାଜପଥ ପୁନସିତା ଠାରେ ଦୁର୍ଘଟଣା ଘଟିଛି । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା ପାଖ ଡିଭାଇଡ଼ରକୁ ଡେଇଁ ୨୦ଫୁଟ ତଳ ନୟନଯୋରିକୁ ଖସି ପଡିଥିଲା ।  ଟ୍ୟାଙ୍କରରେ ଥିବା ଡ୍ରାଇଭର ଏବଂ ହେଲ୍ପର ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଟ୍ୟାଙ୍କରେ ଗ୍ୟାସ୍ ଥିବାରୁ ସ୍ଥାନୀୟ ଅଞ୍ଚଳ ପ୍ରତି ବିପଦ ରହିଛି । ଘଟଣାସ୍ଥଳରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିଛି
​​​​​​​​​​​​​​