News7 Logo

ଜଗତସିଂହପୁର ତିର୍ତ୍ତୋଲ ନିକଟ ମହାନଦୀରେ ବନ୍ୟାଜଳ ବୃଦ୍ଧି, ୩ ଗାଁ ଜଳମଗ୍ନ

NEWS7
Flood water

ଜଗତସିଂହପୁର: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଟକଣା ଆଦିବାସୀ ସାହି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ୨୦ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦୀ ହୋଇପଡ଼ିଛନ୍ତି ।

ତେବେ ଏପର୍ଯ୍ୟନ୍ତ ଏମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇପାରିନଥିବା ଜଣାପଡ଼ିଛି। ସେହିପରି ତିର୍ତ୍ତୋଲ ଆଦିବାସୀ ସାହିରେ ମଧ୍ୟ ବନ୍ୟା ପାଣି ପଶିବା ଆରମ୍ଭ କରିଛି । ଫଳରେ ୩୦ରୁ ଉର୍ଦ୍ଧ୍ବ ପରିବାର ଘର ଛାଡ଼ି ଆସି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ।