News7 Logo

ରୋଗୀ ନେବାକୁ ଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା ରୋଗୀ

NEWS7
Ambulance

ଢେଙ୍କାନାଳ ୭୯: ଜଣେ ବୃଦ୍ଧା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ଯାଇଥିବା ଏକ ୧୦୮ ଆମ୍ବୁଲାନ୍ସରେ ଲାଗିଛି ନିଆଁ । ଫଳରେ ଜଣେ ୮୦ ବର୍ଷର ବୃଦ୍ଧା ରୋଗୀ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ରବିବାର ସକାଳେ ଅଘଟଣ ଘଟିଛି । ଏହି ୧୦୮ ଆମ୍ବୁଲାନ୍ସଟି କଲ୍ ପାଇ ଅନୁଗୋଳ ଜିଲ୍ଲା ବନରପାଳରୁ ଗେଙ୍ଗୁଟିଆ ଗ୍ରାମକୁ ଯାଇଥିଲା । ଗେଙ୍ଗୁଟିଆ ଗ୍ରାମର ୮୦ ବର୍ଷ ବାସନ୍ତୀ ବେହେରାଙ୍କ ଦେହ ଖରାପ ଯୋଗୁଁ ଗୁରୁତର ହୋଇଥିବାରୁ ଏହି ଆମ୍ବୁଲାନ୍ସ ଯାଇଥିଲା । ତେବେ ବାସନ୍ତୀଙ୍କ ଘର ସମ୍ମୁଖରେ ପହଞ୍ଚିବା ପରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ବାସନ୍ତୀଙ୍କୁ ଆମ୍ବୁଲାନ୍ସକୁ ନେବା ପାଇଁ ପ୍ରସ୍ତୁତି ବେଳେ ହଠାତ ଆମ୍ବୁଲାନ୍ସରୁ ଧୂଆଁ ବାହାରୁଥିବା ଦେଖାଯାଉଥିଲା । ଡ୍ରାଇଭର ଦେଖିବାରୁ ଇଞ୍ଜିନ ପାଖରେ ନିଆଁ ଲାଗିଥିଲା । ଫଳରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ ଡ୍ରାଇଭର ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଯାହା ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିବା ଜଣାପଡିଛି ।