LIVE TV

ସ୍ବାମୀ-ସ୍ତ୍ରୀ କଳି : ଦୁଇ ନାବାଳକ ପୁଅଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ବାପା !

NEWS7
Angul News

ଅନୁଗୋଳ ୧୯।୯: ଦୁଇ ପୁଅକୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ବାପା । ଅନୁଗୋଳ ଜିଲ୍ଲା ନୂଆଖେତା ଗ୍ରାମ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟା ଉଦ୍ୟମ ବେଳେ ଉଦ୍ଧର କଲେ ଗ୍ରାମବାସୀ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ତୁବେ ଗ୍ରାମର କାଳୀଚରଣ ପ୍ରଧାନ ଦୁଇ ନାବାଳକ ପୁଅଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଝଗଡ଼ାରୁ ବାପା ଏଭଳି କାଣ୍ଡ ଘଟାଇଛି ବୋଲି କୁହାଯାଉଛି । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ଦୁଇ ଶିଶୁଙ୍କୁ ପ୍ରଥମେ ବନ୍ତଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଉଭୟଙ୍କୁ ଅନୁଗୋଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।