News7 Logo

ଚାନ୍ଦା ନଦେବାରୁ ଗାଁରୁ କରିଦେଲେ ବାସନ୍ଦ, ନ୍ୟାୟ ପାଇଁ ଏସପି ଅଫିସରେ ପୀଡ଼ିତ ପରିବାର

NEWS7
Family evicted from village for non-payment of donation in Bhadrak

​​​​​​​ଭଦ୍ରକ: ଗାଁ ଅଷ୍ଟପ୍ରହରୀ ଚାନ୍ଦା ନଦେଇପାରିବାରୁ ନିସ୍ତୁକ ମାଡ଼ ମାରିବା ସହ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ। ଖାଲି ବାସନ୍ଦ ନୁହେଁ ୯ ମାସ ବିତିଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରୁନଥିବା ନେଇ ପୀଡ଼ିତ ପରିବାର ଅଭିଯୋଗ ଆଣିଛନ୍ତି । ଥାନାରୁ ଆରମ୍ଭ କରି ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବାରମ୍ବାର ଦୌଡ଼ିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହେଉନାହିଁ । ଏପରି କିଛି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣୀଡ଼ିହି ଥାନା ଅନ୍ତର୍ଗତ ଲକ୍ଷ୍ମୀଦାସପୁର ଗ୍ରାମର ସୁକୁମାର ମହାରଣା ଓ ତାଙ୍କ ପରିବାର ।

ସୂଚନ ଅନୁସାରେ, ଗାଁ ଅଷ୍ଟପ୍ରହରୀ ପାଇଁ ସୁକୁମାରଙ୍କ ପରିବାରକୁ ହଜାର ଟଙ୍କା ଚାନ୍ଦା ଦେବାକୁ କୁହାଯାଇଥିଲା । ଗରିବ ପରିବାର ପକ୍ଷରେ ହଜାର ଦେବାକୁ କ୍ଷମତା ନଥିବାରୁ ସେ ଏକ ହଜାର ଚାନ୍ଦା ଦେବାକୁ ରାଜିଥିଲେ । ମାତ୍ର ଗ୍ରାମବାସୀ ଏଥିରେ ରାଜି ନହୋଇ ସୁକୁମାର ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି

ତେବେ ଏନେଇ ପୀଡ଼ିତ ପରିବାର ପକ୍ଷରୁ ନାୟକାଣୀଡ଼ିହି ଥାନାରେ ଗତ ବର୍ଷ ଡିସେମ୍ବର ତାରିଖରେ ଅଭିଯୋଗ କରାଯାଇଥିଲା । ପୋଲିସ ବିଭିନ୍ନ ସଂଗୀନ ଦଫାରେ ମାମଲା ରୁଜୁ କରିଛି ସତ ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନେ ଘଟଣାର ସମାଧାନ ପାଇଁ ଚାପ ପକାଇ ସଫଳ ନହେବାରୁ ଏବେ ପୀଡ଼ିତ ପରିବାରକୁ ନିଆଁପାଣି ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ସେମାନଙ୍କୁ ଗିରଫ କରୁନଥିବାରୁ ପୀଡ଼ିତ ପରିବାର ପୁଣି ଥରେ ଭଦ୍ରକ ଏସପିଙ୍କୁ ଭେଟିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି । ​​​​​​​​​​​​​​