LIVE TV

ଫେକ୍ ପରୀକ୍ଷା ସେଣ୍ଟରରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଠାରୁ ଆରମ୍ଭ କରି ହେଉଥିଲା ଟଙ୍କା ଡ଼ିଲ୍, ସିଲ୍ କଲା କ୍ରାଇମବ୍ରାଞ୍ଚ

NEWS7
Fake exam centre

ଭୁବନେଶ୍ବର ୫।୧୦: SI ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ କ୍ରାଇମବ୍ରାଞ୍ଚର ମାରାଥନ୍ ରେଡ୍ । ଗୁମର ଖୋଲିବା ସହ ଆଗକୁ ଆସୁଛି ନୂଆ ତଥ୍ୟ । ସେପଟେ ସିଣ୍ଡିକେଟ୍‌ର କିଙ୍ଗପିନ ମିଳିନଥିବା ବେଳେ ଗୋଟିଏ ପରେ ଗୋଟିଏ ଫେକ୍ ପରୀକ୍ଷା ସେଣ୍ଟର ଏବେ ପୋଲିସ ପାଇଁ ଅଡ଼ୁଆ ବଢ଼ାଇଛି ।

କ୍ରାଇମବ୍ରାଞ୍ଚ ସ୍କାନରରେ ଫେକ୍ ପରୀକ୍ଷା ସେଣ୍ଟର । ଫିକ୍ସ ସେଣ୍ଟର୍ ଉପରେ କ୍ରାଇମବ୍ରାଞ୍ଚ ନଜର ରଖିଛି । ସାମ୍ନାକୁ ଆସିଲା SI ପରୀକ୍ଷା ହେଉଥିବା ଫେକ୍ ପରୀକ୍ଷା ସେଣ୍ଟର । ଏହି ତିନି ମହଲା ବିଲଡିଂରେ ଫିକ୍ସ୍ ହୋଇଥିଲା SI ପରୀକ୍ଷା ସେଣ୍ଟର । ପ୍ଲାଏ ସେଟଅପ୍ ଅଛି । ସର୍ଭର ରୁମ୍ ଅଛି । ଆଉ ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟ ରହିଛି । ଏହି ସ୍ଥାନରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଠାରୁ ଆରମ୍ଭ କରି ଟଙ୍କା ଡ଼ିଲ୍ ହେଉଥିଲା । ଶଙ୍କର ପୃଷ୍ଟି ଲଗାତାର ଏହି ସ୍ଥାନରେ ଆସି ଆଶାୟୀଙ୍କ ସହ ଡ଼ିଲ୍ କରୁଥିବା ସୁରାକ ପାଇଥିଲା କ୍ରାଇମବ୍ରାଞ୍ଚ । ଏହି ଫେକ୍ ପରୀକ୍ଷା ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ଟିମ୍ ରେଡ୍ କରିବା ସହ ସିଲ୍ ମଧ୍ୟ କରିଛି ।

ତଥ୍ୟ ଅନୁସାରେ କ୍ରାଇମବ୍ରାଞ୍ଚ ଗୋଟିଏ ତାଲିକା ପ୍ରସ୍ତୁତ କରିଛି ଯେଉଁଥିରେ କିଛି ଫେକ୍ ପରୀକ୍ଷା ସେଣ୍ଟର ଗୁଡ଼ିକୁ ସିଲ୍ କରାଯିବ । ଶଙ୍କର ପୃଷ୍ଟି ସାରା ରାଜ୍ୟରେ ଥିବା ଆଶାୟୀ ମାନଙ୍କୁ ବିଭିନ୍ନ ସ୍ଥାନରେ ଫେକ୍ ଅଫିସ୍ ଏବଂ ନକଲି ପରୀକ୍ଷା ସେଣ୍ଟର କରି ଟଙ୍କା ନେଉଥିବା କ୍ରାଇମବ୍ରାଞ୍ଚ ଅଫିସର୍ ସୂଚନା ଦେଇଛନ୍ତି ।

ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରରେ ରହିଛି ଏହି ଫେକ୍ ପରୀକ୍ଷା ସେଣ୍ଟର୍ । କେବଳ ପୋଲିସ ଏସଆଇ ପରୀକ୍ଷା ନୁହେଁ ବରଂ କନେଷ୍ଟବଳ, ହାବିଲଦାର, ବ୍ୟାଙ୍କ୍ ପିଓ, ରେଲୱେ ଭଳି ଅନେକ ସରକାରୀ ଓ କର୍ପୋରେଟ୍ ଚାକିରି ପାଇଁ ପରୀକ୍ଷା ଏଠାରେ କରାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।