LIVE TV

ଯେଉଁ ସରକାର ସାର ଯୋଗାଇ ପାରୁନି, ସେଠି ଶୀତଳ ଭଣ୍ଡାର କେମିତି ହେବ ?

NEWS7
odisha

ଭୁବନେଶ୍ବର ୨୪/୦୯: ରାଜ୍ୟରେ ଥମୁନି ସାର ସଂକଟ । ପ୍ରତିଦିନ ଆସୁଛି ସାର ଅଭାବ ଓ ଚାଷୀଙ୍କ ଆନ୍ଦୋଳନର ଖବର । ବୁଧ ଗୃହରେ ବି ସାର ଅଭାବ ତାତି । ଷଷ୍ଠ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ହୋଇଯାଇଥିଲା ବୟାନବାଜି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କୁ ପ୍ରଶ୍ନ କରିଥିଲେ ଯେଉଁ ସରକାର ସାର ଯୋଗାଇ ପାରୁନି ସେ ସରକାରରେ ଶୀତଳ ଭଣ୍ଡାର କେମିତି ହେବ । ବିଧାୟକ ରାଜା ସ୍ବାଇଁଙ୍କ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଥିଲେ ସାର ପାଇଁ କୁତ୍ରିମ ଆନ୍ଦୋଳନ କରାଯାଉଛି । ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜେ କୃଷି ମନ୍ତ୍ରୀ ଥିବାବେଳେ ଶୀତଳ ଭଣ୍ଡାର କଲେନି । ଆମ ସରକାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି । ଆମ ସରକାର ଚାଷୀଙ୍କୁ ୨ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ସାର ଯୋଗାଇ ଦେଉଛନ୍ତି । ହେଲେ ସାର ପାଇଁ କୁତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଉଛି । ସାର ଆନ୍ଦୋଳନ ଯେଉଁଠି ହେଉଛି କେତେ ବିଧାୟକ ଯାଇ ସମୀକ୍ଷା କରିଛନ୍ତି । ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେନି ଆମେ କରିକି ଦେଖାଇବୁ। ସବୁ ସବଡିଭିଜନରେ ଶୀତଳ ଭଣ୍ଡାର କରିବୁ । ୨୦୨୪ରୁ ୫ ବର୍ଷ ଯାଏ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ଟି ବଜେଟ୍‌ ପ୍ରାବଧାନ ରହିଛି । ଯେଉଁ ୫୮ଟି ଉପଖଣ୍ଡରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର କଥା ସରକାର କହିଥିଲେ ତାହା ପିପିପି ମୋଡ୍‌ରେ ହେବ । ଏନେଇ ଗୋ ସୁଗମ ଆପ୍‌ ଜରିଆରେ ୧୩ଟି ଆବେଦନ ଆସିଛି । ସେଥିରୁ ୩ଟି ଆବେଦନର କାର୍ଯ୍ୟ ଆଗେଇବାକୁ ନିର୍ଦ୍ଦେଶ ରହିଛି । ସେଥିରୁ ପୁରୀ, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟେ ଲେଖାଏଁ ଅଛି | ଏଥିସହ ଗୋଟିଏ ଅଚଳ ଶୀତଳ ଭଣ୍ଡାର ଖୋଲିବାକୁ ବି ପଦକ୍ଷେପ ନିଆଯାଉଛି ।