News7 Logo

ସ୍କୁଲ ନିକଟରେ ଚାଲିଥିଲା ଧଳାଜହର କାରବାର, ବିକ୍ରି କରିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ

NEWS7
Brown Sugar

ପୁରୀ ୯୯: ସ୍କୁଲ ନିକଟରେ ଧଳାଜହର ବିକ୍ରି କରିବା ସମୟରେ ମାଡ଼ି ବସିଲା ଅବକାରୀ ବିଭାଗ । ପୁରୀ ଜିଲ୍ଲା ବ୍ରହ୍ମଗିରି ପାଲି ୟୁପି ସ୍କୁଲ୍ ନିକଟରେ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଉଛି ସେହି ଅଞ୍ଚଳର ମୁକେଶ ବରାଳ । ଅଭିଯୁକ୍ତ ଠାରୁ ଅବକାରୀ ବିଭାଗ ୧୬୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।