LIVE TV

ଗାଁ ଅନ୍ଧାର,ତାତିଲେ ଲୋକେ: ଘେରିଲେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ

NEWS7
protest

ବୈପାରୀଗୁଡା ୨୬/୦୯: ସପ୍ତାହେ ହୋଇଗଲାଣି । ଗାଁ ଅନ୍ଧାର । ଘରେ ଜଳୁଛି ଡିବିରି ଆଲୁଅ । ପିଲାଠୁ ବୁଢା ଛଟପଟ । ଖରା ବର୍ଷା ସବୁବେଳେ ହନ୍ତସନ୍ତ । ଡିଜିଟାଲ ସମୟରେ ବି ଲୋକେ ଇଲେକ୍ଟ୍ରି ପାଉନାହାଁନ୍ତି । ବାରମ୍ୱାର ଅଭିଯୋଗ ବି ଶୁଣୁନାହାଁନ୍ତି ଅଧିକାରୀ । ଏଣୁ ତାତିଲେ ଗାଁ ଲୋକେ ଘେରିଲେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ । ବୈପାରୀଗୁଡା ସଦର ମହକୁମା ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଏଭଳି ଦେଖିବାକୁ ମିଳିଛି ।

ସୂୂଚନା ଥାଉକି, ବୈପାରୀଗୁଡାର କିଛି ଗାଁରେ କୌଣସି କାରଣରୁ କଟିଯାଇଛି ବିଦ୍ୟୁତ ସଂଯୋଗ । ଏନେଇ ବାରମ୍ୱାର ଅଭିଯୋଗ କରାଗଲାଣି । ପାଖାପାଖି ସପ୍ତାହ ହେଇଗଲାଣି ଅଭିଯୋଗ କରିବାର । ତଥାପି ମିଳିଲାନି ଆଲୋକର ସୁବିଧା । ଶେଷରେ ବାଧ୍ୟ ହୋଇ ନିଷ୍ପତ୍ତି ନେଲେ ଆଉ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ।

ଅଭିଯୋଗ ପରେ ସମସ୍ୟା ସମାଧାନ ହେଲାନି ଏଣୁ ଅଫିସ ଭିତରକୁ ଧସେଇ ପଶିଲେ ବୋଦାପୁଟର ମାଳିଗୁଡା ଗାଁ ଲୋକେ । କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ଶାନ୍ତ ପଡିଥିଲେ ଗାଁ ଲୋକେ ।