LIVE TV

ରାସ୍ତାରେ ଦେଢ଼ ଘଣ୍ଟା ଆମ୍ବୁଲାନ୍ସ ଖରାପ, ଚାଲିଗଲା ବୃଦ୍ଧଙ୍କ ଜୀବନ

NEWS7
sora

ସୋର : ରାସ୍ତାରେ ଦେଢ଼ ଘଣ୍ଟା ଆମ୍ବୁଲାନ୍ସ ଖରାପ, ଚାଲିଗଲା ବୃଦ୍ଧଙ୍କ ଜୀବନ l ସୋର ଥାନା ଘୋଡାମରା ଗ୍ରାମର ନାରାୟଣ ଚଣ୍ଡ, ବୟସ ୭୦। ଘର ନୂଆ ଗାଁ ଗାଈଭର କେନାଲ ନିକଟ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଇଥିଲେ l ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ବହତ ସମୟ ପରେ ତାଙ୍କୁ କେନାଲ ନିକଟ ଚାଷ ଜମି ପାଣିରୁ ଗୁରୁତର ଭାବେ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ l

ଆମ୍ବୁଲାନ୍ସ ଘୋଡାମରା ଗ୍ରାମକୁ ଆସି ଗୁରୁତର ଚଣ୍ଡକୁ ଡାକ୍ତରଖାନା ନେବା ବେଳେ ରାସ୍ତାରେ ଆମ୍ବୁଲାନ୍ସ ଖରାପ ହୋଇଥିଲା l ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ପଛରୁ ଠେଲି ବିଫଳ ହୋଇଥିଲେ l ଦେଢ଼ଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାସ ଯୋଗେ ଗୁରୁତର ଚଣ୍ଡଙ୍କୁ ଡାକ୍ତରଖାନା ନିଆଯାଇଥିଲା l ଡାକ୍ତର ଗୁରୁତର ଚଣ୍ଡଙ୍କୁ ମୃତ ଘୋଷଣା କରିଥିଲେ l