News7 Logo

କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଞ୍ଚ ମାମଲା : ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୫ ଜଣିଆ ଟିମ୍

NEWS7
Inquiry

କଣ୍ଟାବାଞ୍ଜି ୯: କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଲାଞ୍ଚ କାରବାର ମାମଲା । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ୫ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି ।ଗର୍ଭବତୀଙ୍କ ଠାରୁ ଜଣେ ଆଶାକର୍ମୀ ଲାଞ୍ଚ ନେଇଥିବା ଭିଡିଓ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଗତ ସପ୍ତାହରେ ଗର୍ଭବତୀଙ୍କ ଠାରୁ ଜଣେ ଆଶାକର୍ମୀ ଲାଞ୍ଚ ନେଇଥିବା ଭିଡିଓ ଭାଇରାଲ ହୋଇଥିଲା । ଡାକ୍ତର ଓ ନର୍ସ, ଆଶା କର୍ମୀଙ୍କ ମାଧ୍ୟମରେ ପ୍ରସୂତୀଙ୍କୁ ଟଙ୍କା ମାଗୁଥିଲେ । ଆଶା କର୍ମୀ ମାଧ୍ୟମରେ ୧୮ ଶହ ଟଙ୍କା ଲାଞ୍ଚ ନେବା ବେଳର ଭିଡିଓ ଭାଇରାଲ ଘଟଣାର ତଦନ୍ତ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୫ ଜଣିଆ ଟିମ୍ ତଦନ୍ତ କରିଛି । ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ୫ ଜଣିଆ ଟିମ୍ ତଦନ୍ତ କରିଛନ୍ତି । ଡାକ୍ତରଖାନାରେ ମେଡିକାଲ ଅଫିସର ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସମ୍ପୃକ୍ତ ଆଶାକର୍ମୀଙ୍କ ଘରକୁ ଯାଇ ପଚରାଉଚରା କରିଛନ୍ତି । ଅଭିଯୋଗ ପ୍ରମାଣିତ ହେଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।