LIVE TV

ସବୁ ଜେଲ୍‌କୁ ସରପ୍ରାଇଜ୍ ଭିଜିଟ୍‌ ପାଇଁ ନିର୍ଦ୍ଦେଶ : ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜେଲ୍‌ ଡିଜିଙ୍କ ଚିଠି

NEWS7
Jail DG

ଭୁବନେଶ୍ବର ୧୪୧୦: ଗୃହ ବିଭାଗର ଚିଠି ପରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ମାନଙ୍କୁ ଚିଠି କଲା ଜେଲ୍ ବିଭାଗ ଜେଲ୍ ମାନୁଆଲ ଅନୁଯାୟୀ ପ୍ରତି ମାସରେ ଜେଲ୍ ପରିଦର୍ଶନ କରିବେ ଜିଲ୍ଲାପାଳ ଓ ଏସ୍‌ପି ଜେଲ୍‌ର ସିକ୍ୟୁରିଟି ସମ୍ପର୍କରେ ଜେଲ୍ ବିଭାଗକୁ ଅବଗତ କରାଇବେ ଏହି ଦୁଇ ବିଭାଗର ଅଧିକାରୀ ଏଥି ସହିତ ଜେଲ୍ ଭିତରେ ଅବକାରୀ ସାମଗ୍ରୀକୁ ତଦାରଖ କରି ରିପୋର୍ଟ ଦେବେ

ସିସିଟିଭି ଚେକ୍ କରି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାର ବିବରଣୀ ପ୍ରଦାନ କରିବେ ଜେଲ୍ ଭିତରେ କଏଦୀଙ୍କ ପାଇ ରହିଥିବା ଟଏଲେଟ ସଫାସୁତୁରା ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ ପ୍ରତି କଏଦୀଙ୍କୁ ଯେଉଁ ଖାଦ୍ୟ ଦିଆଯଉଛି ତାର ମାନ ଠିକ୍ ଅଛି କି ନାହିଁ ତାର ମଧ୍ୟ ରିପୋର୍ଟ ପ୍ରଦାନ କରିବେ ଜେଲ୍ ଭିତରେ କଏଦୀ ମାନଙ୍କର ସ୍ବାସ୍ଥ୍ୟ ଠିକ୍ ଅଛି କି ନାହିଁ ତାର ରିପୋର୍ଟ ପ୍ରତି ମାସରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପ୍ରଦାନ କରିବା ପାଇଁ କୁହାଯାଇଛି ଜେଲ୍ ଭିତରେ କଏଦୀ ମାନଙ୍କର ଯୋଗ ସହିତ ଶାରୀରିକ ବ୍ୟାୟାମ କରାଯାଉଛି କି ନାହିଁ ତାର ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ଉଲ୍ଲେଖ ରହିଛି ।