News7 Logo

ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ : କୂଅରେ ବୁଡି ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ

NEWS7
Binika

ସୁବର୍ଣ୍ଣପୁର ୬୯: କୂଅରେ ବୁଡି ଯୁବତୀଙ୍କ ମୃତ୍ୟୁ ମୃତ ଯୁବତୀ ଜଣଙ୍କ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଲକ୍ଷ୍ମୀମୁଣ୍ଡା ଗାଁର l ଯୁବତୀ ଜଣେ ଦିବ୍ୟାଙ୍ଗ ହୋଇଥିବା ଜଣାପଡିଛି ।

ସବୁଦିନ ଭଳି କୂଅ ନିକଟକୁ ଗାଧୋଇବାକୁ ଯାଇଥିଲେ ଯୁବତୀ l କିଛି ସମୟ ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l କୂଅ ନିକଟରେ ତାଙ୍କ ଲୁଗାପଟା ଥିବା ଦେଖି କୂଅରେ ପଡିଥିବା ସନ୍ଦେହ କରିଥିଲେ l ତରଭା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଯାଇ ଖୋଜାଖୋଜି କରିଥିଲେ । ଯୁବତୀ ଜଣଙ୍କ କୂଅ ପାଣିରେ ବୁଡ଼ିଯାଇଥିବା ଜାଣି ତାଙ୍କୁ ଉଦ୍ଧାର କରିଥିଲେ l ପରେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ​​​​​​​