ଭୁବନେଶ୍ବର ୧୬।୯: ରାଜ୍ୟରେ ମୋଟ୍‌ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଗକୁ ସବୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ନିଜସ୍ୱ ଅଙ୍ଗନଓ୍ବାଡି ଗୃହ ହେବ । ଆସ ବୁଲିଯିବା ଅଙ୍ଗନଓ୍ବାଡି କାର୍ଯ୍ୟକ୍ରମରେ ଗତ ୧୫ ଦିନରେ ୩ ଲକ୍ଷ ୫୩ ହଜାର ଲୋକ ନିଜସ୍ୱ ମତ ଦେଇଛନ୍ତି । ଲୋକଙ୍କ ଫିଡ଼ବ୍ୟାକ୍ ଅନୁସାରେ ସକ୍ଷମ ଅଙ୍ଗନଓ୍ବାଡି କେନ୍ଦ୍ର କରାଯିବ । ଜାଗା ସମସ୍ୟା ଥିଲେ, ସରକାର ଜାଗା କିଣି ନୂଆ ଅଙ୍ଗନଓ୍ବାଡି କେନ୍ଦ୍ର ତିଆରି କରିବେ।

ଅନୁଗୁଳର ୩୫ଟି, ବାଲେଶ୍ୱରର ୭୭ଟି, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗିରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର ୬୧ଟି, କୋରାପୁଟର ୩୪ଟି, ମାଲକାନଗିରିର ୮ଟି, ମୟୁରଭଞ୍ଜର ୭ଟି, ନବରଙ୍ଗପୁରର ୨୬ଟି, ନୟାଗଡର ୫୬ଟି, ନୂଆପଡାର ୧୦ଟି, ପୁରୀର ୬୮ଟି, ରାୟଗଡାର ୧୮ଟି, ସମ୍ବଲପୁରର ୧୨ଟି, ସୁବର୍ଣ୍ଣପୁରର ୧୬ଟି ଓ ସୁନ୍ଦରଗଡ଼ର ୧୭ଟି ନୂଆ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି ।