LIVE TV

ଧାର ଟଙ୍କା ଫେରାଇବାକୁ ଘରକୁ ଡାକିଥିଲେ, ଆକ୍ରମଣ କରି ବାଇକ୍ ପୋଡ଼ିଦେଲେ

NEWS7
Soro

 ସୋର ୪।୧୦: ଧାର ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣ । ପୂର୍ବରୁ ଧାର ନେଇଥିବା ଟାଙ୍କା ମାଗିବାରୁ ଉତ୍ତ୍ୟକ୍ତ ହୋଇଗଲେ । ମରଣାତ୍ମକ ଆକ୍ରମଣ କରିବା ସହ ବାଇକ୍ ପୋଡ଼ିଦେଲେ l ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଣ୍ଡରାଇ ପଞ୍ଚାୟତ ଅଣ୍ଡରାଇ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଣ୍ଡରାଇ ପଞ୍ଚାୟତ ଅଣ୍ଡରାଇ ଗ୍ରାମର ବିଜୟ ମହାପାତ୍ରଙ୍କ ପୁଅ ବସନ୍ତ କୁମାର ମହାପାତ୍ର ସେହି ଗ୍ରାମର କୁରୁଣି ମହାପାତ୍ରଙ୍କ ପୁଅ ମାଧବାନନ୍ଦ ମହାପାତ୍ର ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଧାର ସୂତ୍ରରେ ୧୪ ହଜାର ଟଙ୍କା ନେଇଥିଲେ l ମାଧବାନନ୍ଦ ଧାର ଟଙ୍କା ଦେବାକୁ କହି ବସନ୍ତକୁ ଘରକୁ ଡାକିଥିଲେ l ବସନ୍ତ ବାଇକ୍ ଯୋଗେ ଯାଇ ମାଧବାନନ୍ଦକୁ ଟଙ୍କା ମାଗିବାରୁ ମାଧବାନନ୍ଦ ଏକ ଧାରୁଆ ଖଣ୍ଡା ସାହାଯ୍ୟରେ ବାମ ଗୋଡ଼କୁ ଚୋଟ ମାରିଥିଲେ । ପରେ ମୁଣ୍ଡକୁ ଚୋଟ ମାରିବା ସମୟରେ ରକ୍ତାକ୍ତ ଅବସ୍ଥାରେ ସେହି ସ୍ଥାନ ଛାଡି ଦୌଡ଼ି ପଳାଇ ଆସିଥିଲେ l ଉତକ୍ଷିପ୍ତ ହୋଇ ବସନ୍ତ ନେଇଥିବା ବାଇକ୍‌ଟିକୁ ନିଆଁ ଲଗାଇ ମାଧବାନନ୍ଦ ପୋଡି ଦେଇଥିଲା l ଗାଁ ଲୋକଙ୍କ ସହାୟତାରେ ବସନ୍ତ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେବା ସହ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଚଳାଇଛି ।