LIVE TV

ନଦୀକୁ ଶୌଚ ହେବାକୁ ଯାଇଥିଲେ, ଉଦ୍ଧାର ହେଲା ମୃତଦେହ

NEWS7
Bhanjanagar

ଭଞ୍ଜନଗର ୭।୧୦: ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ । ଉଦ୍ଧାର ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂଙ୍ଗ ଥାନା ଅନ୍ତର୍ଗତ ବଦାଙ୍ଗୀ ଗାଁରେ ହଗୁରି ନଦୀରେ ଘଟିଚି ଏଭଳି ଅଘଟଣ । ନଦୀରେ ଭାସିଯାଇ ଗାଁର ବିଜୟ ସାହୁଙ୍କର ମୃତ୍ୟୁ ଘଟିଛି l ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି l ଭଞ୍ଜନଗର ଦମକଳ ବାହିନୀ ମୃତଦେହ ଉଦ୍ଧାର କରିଛି l

ପ୍ରତିଦିନ ଭଳି ବିଜୟ ସକାଳୁ ଗାଁ ନିକଟ ହଗୁରି ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ l ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ନଦୀରେ ବଢ଼ି ପାଣି ଆସିଥିଲା । ତାହା ଜାଣି ନପାରି ବିଜୟ ନଦୀ ଭିତରେ ପଶିଥିଲେ । ଫଳରେ ତାଙ୍କ ଗୋଡ଼ ଖସିଯାଇ ସେ ଭାସିଯାଇଥିଲେ l ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ପରେ ନମିଳିବାରୁ ଭଞ୍ଜନଗର ଦମକଳ ବାହିନୀକୁ ଖବର ଦେଇଥିଲେ । ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ନଦୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇଛି l