LIVE TV

ସମବାୟ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଦଶହରା ପର୍ବ ପୂର୍ବରୁ ଶାରଦୀୟ ଉତ୍ସବ ପାଳନ

NEWS7
Utsav

ଭୁବନେଶ୍ୱର ୨୭।୦୯ : ସମବାୟ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଦଶହରା ପର୍ବ ଅବ୍ୟବହିତ ପୂର୍ବରୁ ମା ଦୁର୍ଗାଙ୍କୁ ମନେପକାଇ ଶାରଦୀୟ ଉତ୍ସବ ପାଳନ କରାଯାଇଥିଲା। ଏହି ପାର୍ବଣ ଅବସରରେ ସତ୍ୟର ଅସତ୍ୟ ଉପରେ ବିଜୟର ସନ୍ଦେଶ ଦେବା ସହ ଏକତାର ସ୍ମରଣ କରାଯାଇଥିଲା। ଆଗାମୀ ଦିନ ଗୁଡ଼ିକରେ ସମସ୍ତ ସହକର୍ମୀଙ୍କ ନିମନ୍ତେ ଖୁସି ଓ ସମୃଦ୍ଧି ଆଣିବା ନିମନ୍ତେ ଆଶୁ କାମନା କରାଯାଇଥିଲା। ଉକ୍ତ ଅବସରରେ ସମବାୟ ବିଭାଗ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ କେ ରବିକୁମାର ଓ ସାଧାରଣ ସଂପାଦକ ଶ୍ରୀ ଇଲାପ କୁମାର ସ୍ୱାଇଁ ଉପସ୍ଥିତ ରହି ସମସ୍ତ ସଭ୍ୟ ଓ ସଭ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ​​​​​​​