News7 Logo

ଗୋରୁ ବୋଝେଇ କଣ୍ଟେନର ଜବତ, ଉଦ୍ଧାର ସମୟରେ ୨୫ ଗୋରୁଙ୍କ ମୃତ୍ୟୁ

NEWS7
Jajpur

ଚଣ୍ଡିଖୋଲ ୨: ଗୋରୁ ଭର୍ତ୍ତି କଣ୍ଟେନର ଜବତ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ବୀପ ୫୩ନଂ ଜାତୀୟ ରାଜପଥର ବେଣାପୁର ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ କଲା ବଡ଼ଚଣା ପୋଲିସ । କଣ୍ଟେନରରେ ଶତାଧିକ ଗୋରୁ ଥିବାବେଳେ ଉଦ୍ଧାର ସମୟରେ ୨୫ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୋମବାର ବିଳମ୍ବିତ ରାତିରେ ଗୋଚାଲାଣ ହେଉଥିବା ସମୟରେ ବଡ଼ଚଣା ପୋଲିସ ଖବର ପାଇ କଣ୍ଟେନରଟିକୁ ଜବତ କରି ବଡ଼ଚଣା ଥାନା ଅଞ୍ଚଳକୁ ଆଣିଥିଲା । ସେଠାରେ ଗୋରୁ ଗୁଡିକୁ ଉଦ୍ଧାର କରିବା ସମୟରେ ୨୫ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଏହି ଗୋରୁ ବୋଝେଇ କଣ୍ଟେନରଟି ବାଲିଚନ୍ଦ୍ରପୁର ଥାନା ଅଧୀନ ନଳିପୁରରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଗୋଚାଲାଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି