ଭୁବନେଶ୍ଵର: ସଂଗଠନ ସୁଜନ ଅଭିଯାନ ମାଧ୍ୟମରେ ଜିଲ୍ଲାକୁ ଅଧିକ ମଜବୁତ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ନେତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜେ ଡ଼ି ଶିଲମଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଆମେ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣା ଭଳି ଓଡ଼ିଶାରେ ସଂଗଠନ ସୁଜନ ଅଭିଯାନକୁ କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଛୁ

ସେ କହିଛନ୍ତି, ଆଜି ଭୁବନେଶ୍ୱର ଜିଲ୍ଲାର କଂଗ୍ରେସ ନେତା ଏବଂ କର୍ମୀଙ୍କ ସହ ଆମେ ଆଲୋଚନା କରିଛୁବହୁ ନେତାଙ୍କ ସହ ଓ୍ଵାନ ଟୁ ଓ୍ଵାନ କଥା ହୋଇଛୁଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ମହିଳା କଂଗ୍ରେସ ନେତାଙ୍କ ସହ ମଧ୍ୟ ଆଲୋଚନା ହେବ। ବୁଦ୍ଧିଜୀବୀଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କର ମତାମତ ଆମେ ସଂଗ୍ରହ କରିବୁଯିଏ  ବି ଜିଲ୍ଲା ସଭାପତି ହେବ ସେ କେଉଁଭଳି ଭାବେ ଜିଲ୍ଲାର ସମସ୍ତ ନେତା ଏବଂ କର୍ମୀଙ୍କୁ ଏକାଠି ନେଇ ଚାଲିବେ, ସେଭଳି ନେତାଙ୍କ ନାମ ଆମେ ଏଆଇସିସିକୁ ପଠେଇବୁ

ଏହା ସହ ଯିଏ କଂଗ୍ରେସ ଆଦର୍ଶକୁ ଭଲ ପାଉଥିବ ବର୍ଷରୁ ଅଧିକ ସମୟ କଂଗ୍ରେସ ଦଳରେ କାର୍ଯ୍ୟ କରିଥିବା, ନେତାଙ୍କୁ ଆମେ ଚୟାନ କରିବୁଆସନ୍ତାକାଲି ଏକାମ୍ର ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀର ଅନେକ ବ୍ଲକକୁ ଆମେ ଗସ୍ତ କରି କଂଗ୍ରେସ ନେତା, କର୍ମୀ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବୁ।