News7 Logo

ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ, ଲୋଡିବ ବିଜେଡିର ସମର୍ଥନ

NEWS7
Congress

ଭୁବନେଶ୍ବର ୧୩।୯: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନରେ ଅନାସ୍ଥା ଆଣିବ କଂଗ୍ରେସ । ଏ ନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ।

ରାମଚନ୍ଦ୍ର କାଡାମ୍ କହିଛନ୍ତି, ମୌସୁମୀ ଅଧିବେଶନ ପୂର୍ବରୁ ୧୭ ତାରିଖରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ । ଏଥର ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣାଯିବା ନେଇ ସ୍ପଷ୍ଟ କଲେ କଂଗ୍ରେସ ବିଧାୟକ ଦଳ ନେତା । ଆମେ ଅନାସ୍ଥାରେ ବିଜେଡିର ସମର୍ଥନ ଲୋଡିବୁ । ମୁଁ ବ୍ୟକ୍ତିଗତ ଭାବରେ ଯାଇ ବିରୋଧୀ ଦଳ ନେତାଙ୍କୁ ଭେଟି ଅନାସ୍ଥା ସମ୍ପର୍କରେ ଆଲୋଚନା କରିବି । ଯଦି ସେମାନେ ଆଣିବେ ଆମେ ତାଙ୍କୁ ସମର୍ଥନ ଦେବୁ । ନ ହେଲେ ତାଙ୍କର ସମର୍ଥନ ଲୋଡିବୁ । ଏହାସହ ଏଥର ବିଧାନସଭାରେ ଚାଷୀ ସମସ୍ୟା, ନାରୀ ସୁରକ୍ଷା ଭଳି ପ୍ରସଙ୍ଗକୁ ଉଠାଇବୁ ବୋଲି କାଡାମ୍ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଅଧିବେଶନ ୨୫ ତାରିଖ ଯାଏଁ ଚାଲିବ । ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନ ପାଇଁ ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । ​​​​​​​