LIVE TV

୩୫ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ

NEWS7
congress

ଭୁବନେଶ୍ୱର: ବିଜେପି, ବିଜେଡି ପରେ କଂଗ୍ରେସ ଏବେ ସବୁ ଜିଲ୍ଲା ପାଇଁ ନୂଆ ସଭାପତି ନିଯୁକ୍ତ କରିଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା ପରେ ମିଳିଥିବା ରିପୋର୍ଟ ଆଧାରରେ ନାମଗୁଡ଼ିକୁ ମଞ୍ଜୁରି ମିଳିଛି । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କ ଅନୁମୋଦନ ପରେ ରାଜ୍ୟର ୩୫ଟି ଜିଲା ପାଇଁ ନୂଆ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ତେବେ ବିଧାୟକ ଥିବା ଅଧିକାଂଶ ନେତାଙ୍କୁ ସେମାନଙ୍କ ଜିଲ୍ଲାର ସଭାପତି କରାଯାଇଛି । ରାୟଗଡ଼ା ପାଇଁ ଆପଲ ସ୍ବାମୀ କାଡ୍ରାକ୍, ଗଞ୍ଜାମ ପଶ୍ଚିମ ପାଇଁ ରମେଶ ଚନ୍ଦ୍ର ଜେନା, ଗଜପତି ଲାଗି ଦାଶରଥି ଗମାଙ୍ଗଙ୍କୁ ଜିଲ୍ଲା ସଭାପତି କରାଯାଇଛି । ତେବେ ଆଗକୁ ନୂଆପଡ଼ା ଉପ ନିର୍ବାଚନ ଥିବାବେଳେ ଆଶାୟୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ନୂଆପଡ଼ା ଜିଲ୍ଲାର ନୂଆ ସଭାପତି ଭାବେ ଘାସିରାମ ମାଝୀଙ୍କୁ ନିଯୁକ୍ତ କରିଛି ।

 

Image

Image