LIVE TV

ଦୁଇ କୁଖ୍ୟାତ ଠକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ, ବଡ଼ ବଡ଼ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲେ

NEWS7
Arrest

ଭୁବନେଶ୍ୱର ୦୫।୧୦ : କୁଖ୍ୟାତ ଦୁଇ ଠକକୁ ଗିରଫ କଲା କମିଶନରେଟ୍ ପୋଲିସ । ନିଜକୁ ନ୍ୟାସନାଲ ସୋସିଆଲ୍‌ ଜଷ୍ଟିସ୍ ଫର୍‌ ୱିମେନ୍ ଏମ୍ପାୱାରମେଣ୍ଟ କମିଶନର ଅଧ୍ୟକ୍ଷ କହି ଠକେଇ କରୁଥିଲେ । ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରୁ ଦୁଇ ଠକଙ୍କ ଗିରଫ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ଡିସିପିଙ୍କ ସୂଚନା ଅନୁଯାୟୀ, ଦୁଇ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ନିଜକୁ ନ୍ୟାସନାଲ ସୋସିଆଲ୍‌ ଜଷ୍ଟିସ୍ ଫର୍‌ ୱିମେନ୍ ଏମ୍ପାୱାରମେଣ୍ଟ କମିଶନର ଅଧ୍ୟକ୍ଷ କହି ଠକେଇ କରୁଥିଲେ । ଗିରଫ ଦୁଇ ଠକ ହେଲେ ହରିୟାଣାର ଚୌଧୁରୀ ରିଙ୍କୁ ସୈନି ଆଉ ମନିନ୍ଦର ସିଂ । ଗତ ୩ ତାରିଖରେ ଏମାନେ ଫ୍ଲାଇଟ୍‌ରେ ଭୁବନେଶ୍ୱର ଆସିଥିଲେ । ଏକ ତାରକା ହୋଟେଲରେ ରହିଥିଲେ । ସେଠାରେ ରହି ଠକେଇ କରିବାକୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ । ଏମିତିକି କମିଶନରେଟ୍ ପୋଲିସକୁ ନିଜ ସୁରକ୍ଷା ବାବଦକୁ ଏସ୍କର୍ଟ ପାଇଁ ଗୋଟିଏ ଫେକ୍ ପ୍ରୋଗ୍ରାମ ଲେଟର ଦେଇଥିଲେ । ଫେକ୍ ଲେଟରରେ ନିଜକୁ ଅଧ୍ୟକ୍ଷ ପରିଚୟ ଦେଇଥିଲେ । ଲେଟର ଦେଖି ପୋଲିସକୁ ସନ୍ଦେହ ହୋଇଥିଲା । ଦୁଇ ଠକଙ୍କ ଗତିବିଧି ଉପରେ ନଜର ରଖିବାକୁ ଜଣେ ପୋଲିସ କର୍ମୀଙ୍କୁ ନିୟୋଜିତ କରିଥିଲା କମିଶନରେଟ୍ ପୋଲିସ ।

ରବିବାର ମୈତ୍ରୀବିହାର ପୋଲିସ ଦୁଇ ହାଇପ୍ରୋଫାଇଲ ଠକଙ୍କୁ ଗିରଫ କରିଛି । ହରିୟାଣା ପୋଲିସ ସହ ଯୋଗାଯୋଗ କରି ସମସ୍ତ ତଥ୍ୟ ନେବା ପରେ ଆଗକୁ ଯେଉଁମାନେ ଏମାନଙ୍କ ଠକେଇର ଶିକାର ହୋଇଛନ୍ତି ସେମାନଙ୍କୁ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଅପିଲ୍ କରିଛନ୍ତି ପୋଲିସ କମିଶନର ।