ଭୁବନେଶ୍ୱର ୨୭୧୦: ମାଡିଆସୁଛି ବାତ୍ୟା ‘ମୋନ୍ଥା’ । ଏହାପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଏହିକ୍ରମରେ ମଙ୍ଗଳବାର ଦିନ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଖବର ଅନୁଯାୟୀ, ୨୮ ତାରିଖ ସଂଧ୍ୟା କିମ୍ବା ତାପର ଦିନ ସକାଳେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ କରିବ । କାକିନାଡ଼ା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଯାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ ବୋଲି ପାଣିପାଗ ପୂର୍ବରୁ କହିସାରିଛି । ତେବେ ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସଜାଗ ହୋଇଛନ୍ତି । ଜିରୋ କାଜୁଆଲିଟି ପାଇଁ ବିଭିନ୍ନ ପଦେକ୍ଷପ ମଧ୍ୟ ନେଇଛନ୍ତି ।  ଏହିକ୍ରମରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ଦିନ ସାଢେ ୧୦ ଟା ସମୟରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ । ଯେଉଁଥିରେ ବରିଷ୍ଠ  ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।